ମାଓବାଦୀଙ୍କ ସହିଦ ସପ୍ତାହ ଡାକରା

ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଅନେକ ଗାଁରେ ସନ୍ଦିଗ୍ଧ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା।

ସହିଦ ମାଓବାଦୀଙ୍କ ମୃତ୍ୟୁର ପ୍ରତିଶୋଧ ପାଇଁ କଲେ ଅନୁରୋଧ

ବରଗଡ଼: ମାଓବାଦୀ ସହିଦ ସପ୍ତାହ ପାଳନ କରିବାକୁ ଦେଇଛନ୍ତି ଡାକରା। ଚିଠି ଯୋଗେ କଲେ ଅନୁରୋଧ। ଏ ନେଇ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଅନେକ ଗାଁରେ ଦେଖିବାକୁ ମିଳିଥିଲା ସନ୍ଦିଗ୍ଧ ମାଓ ପୋଷ୍ଟର। ଯେଉଁଥିରେ ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ସହିଦ ସପ୍ତାହ ପାଳନ କରିବାକୁ ଅନୁରୋଧ କରାଯାଇଛି।
ଚିଠିରେ ସିପିଆଇର ସହିଦ ମାଓବାଦୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ସହ ସେମାନଙ୍କ ସ୍ମୃତିରେ ସହିଦ ଦିବସ ପାଳନ କରିବାକୁ ଏହି ପତ୍ରିକା ଦ୍ୱାରା ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପୋଷ୍ଟର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଆଗକୁ ଯେପରି ମାଓବାଦୀଙ୍କ ଦ୍ୱାରା କୌଣସି ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେଥିପାଇଁ ମାଓ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।