ଆଧ୍ୟାତ୍ମିକ ମାର୍ଗ ମାନସିକ ଶାନ୍ତି ଦିଏ: ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ତମାଣ୍ଡୋର ଦଶବଟିଆଠାରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଦିବ୍ୟ ଆଲୋକ ଗୃହର ଶିଳାନ୍ୟାସ କଲେ।

“ସକାରାତ୍ମକ ପରିବର୍ତ୍ତନ ବର୍ଷ” ବିଷୟବସ୍ତୁ ଉନ୍ମୋଚନ କଲେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ତମାଣ୍ଡୋର ଦଶବଟିଆଠାରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଦିବ୍ୟ ଆଲୋକ ଗୃହର ଶିଳାନ୍ୟାସ କରିବା ସହ ସେମିନାର ଓ ସମ୍ମିଳନୀ ଆୟୋଜନ ପାଇଁ “ସକାରାତ୍ମକ ପରିବର୍ତ୍ତନ ବର୍ଷ” ଶୀର୍ଷକ ବିଷୟବସ୍ତୁ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ କେବଳ ଏକ ଅନୁଷ୍ଠାନ ନୁହେଁ, ବରଂ ମହିଳାମାନଙ୍କ ଦ୍ୱାରା ପରିଚାଳିତ ଏକ ସାମାଜିକ ଓ ଆଧ୍ୟାତ୍ମିକ ଅଭିଯାନ। ମାନବିକତା ପାଇଁ ଉଭୟ ଭୌତିକ ଓ ଆଧ୍ୟାତ୍ମିକ ବିକାଶ ଜରୁରୀ। ପ୍ରଯୁକ୍ତି ବିଦ୍ୟା ହେଉଛି ପରିବର୍ତ୍ତନର ଚାଳକ ଏବଂ ଏହି ପରିବର୍ତ୍ତନ ଅନିବାର୍ଯ୍ୟ ଏବଂ ବିକାଶ ପାଇଁ ଆବଶ୍ୟକ। ଭୌତିକ ପରିବର୍ତ୍ତନ ଆମକୁ ସୁଖ ଦେଇପାରେ କିନ୍ତୁ ଆଧ୍ୟାତ୍ମିକ ମାର୍ଗ ଅନୁସରଣ କରି ମାନସିକ ଶାନ୍ତି ହାସଲ କରିପାରିବ। ଆଜି ଆମ ସାମ୍ନାରେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ନକାରାତ୍ମକ ଚିନ୍ତାଧାରାରୁ ମୁକ୍ତି ପାଇବା ଏବଂ ସକାରାତ୍ମକତା ଆଡକୁ ଅଗ୍ରସର ହେବା । ମାନବିକତାକୁ ସଚେତନ କରିବା ଏବଂ ଲୋକଙ୍କୁ ଏକ ସକାରାତ୍ମକ ଦିଗରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବା। ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଧ୍ୟାନ ଏବଂ ଶୃଙ୍ଖଳିତ ଜୀବନଶୈଳୀ ମାଧ୍ୟମରେ ଆଧ୍ୟାତ୍ମିକତାର ମାର୍ଗ ପ୍ରଶସ୍ତ କରୁଛି ବୋଲି ସେ ଖୁସି ବ୍ୟକ୍ତ କରିଥିଲେ ।