ସାପ କାମୁଡ଼ାରେ ନାବାଳିକାଙ୍କ ମୃତ୍ୟୁ

ମାଲକାନଗିରିରେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି।

ସାପ କାମୁଡା ମୃତ୍ୟୁ ଏବେ ଚିନ୍ତାଜନକ ସାଜିଲାଣି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଏମଭି ୭୯ ଥାନା ଅନ୍ତର୍ଗତ ଏମଭି ୭୧ ଗ୍ରାମରେ ଆଜି ସକାଳେ ସାପ କାମୁଡ଼ାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ମୃତ ନାବାଳିକାଙ୍କ ନାମ ଉର୍ମିଳା ମଣ୍ଡଳ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଉର୍ମିଳା ବୁଧବାର ରାତି ପ୍ରାୟ ୧୦ଟା ବେଳେ ତାଙ୍କ ଘରେ ଶୋଇବାକୁ ଯାଇଥିବା ବେଳେ ବିଛଣାରେ ଲୁଚି ରହିଥିବା ଦୁଇଟି ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତାଙ୍କୁ ତୁରନ୍ତ କାଲିମେଳା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ତେବେ ସାପ କାମୁଡାରେ ଚିକିତ୍ସାଧୀନ ଅବସ୍ଥାରେ ଉର୍ମିଳାଙ୍କର ମୃତ୍ୟୁ ଘଟିଛି।