୨୦୨୪ ମାଟ୍ରିକ୍ ପରୀକ୍ଷା ସୂଚୀ ଘୋଷଣା

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୪ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରାଯାଇଛି।

ଫେବୃୟାରୀ ୨୦ରେ ମାଟ୍ରିକ ପରୀକ୍ଷା

କଟକ: ଘୋଷଣା ହେଲା ୨୦୨୪ ମାଟ୍ରିକ ପରୀକ୍ଷା ସୂଚୀ। ଆସନ୍ତା ଫେବୃୟାରୀ ୨୦ରେ ପରୀକ୍ଷା ଅନୁଷ୍ଠିତ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୨୪ ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ମାଟ୍ରିକ ପରୀକ୍ଷା ସହ ମଧ୍ଯମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏକାସାଙ୍ଗରେ ହେବ।

ବିଏସଇ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ୨୦୨୪ ମାଟ୍ରିକ ପରୀକ୍ଷା ୨୦ ଫେବୃଆରୀ ୨୦୨୪ରୁ ଆରମ୍ଭ ହୋଇ ୪ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏ ନେଇ ଅକ୍ଟୋବରରେ ଫର୍ମ ପୂରଣ କରାଯିବ। ବୋର୍ଡ ପରୀକ୍ଷା ପାଇଁ ୧୩ରୁ ୧୬ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ଅର୍ଦ୍ଧବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ୧୨ ମାର୍ଚ୍ଚ ୨୦୨୪ରୁ ଉତ୍ତର ଖାତା ମୂଲ୍ୟାୟନ ହେବ।