ଭିଏତନାମ, ନରୱେକୁ ଟପିବ ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଅର୍ଥନୀତି: ଇକୋରାପ୍ ରିପୋର୍ଟ

୨୦୨୨-୨୦୨୭ ମଧ୍ୟରେ ଭାରତର ଅଭିବୃଦ୍ଧି ଅଷ୍ଟ୍ରେଲିଆର ଅର୍ଥନୀତି ଆକାରଠାରୁ ୧.୮ ଟ୍ରିଲିଅନ ଡଲାର ଅଧିକ ହେବ।

୨୦୨୭ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ

ନୂଆଦିଲ୍ଲୀ: ଯଦି ଭାରତ ବର୍ତ୍ତମାନର ଅଭିବୃଦ୍ଧି ହାର ବଜାୟ ରଖେ ତେବେ ୨୦୨୭ (୨୦୨୭-୨୮) ରେ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ମାନ୍ୟତା ପାଇବାର ସମ୍ଭାବନା ରହିଛି ଏବଂ ଏହି ପ୍ରକ୍ରିୟାରେ ଉଭୟ ଜାପାନ ଏବଂ ଜର୍ମାନୀକୁ ପଛରେ ପକାଇଦେବ। ୨୦୨୨-୨୦୨୭ ମଧ୍ୟରେ ଭାରତର ଅଭିବୃଦ୍ଧି ଅଷ୍ଟ୍ରେଲିଆର ଅର୍ଥନୀତିର ବର୍ତ୍ତମାନର ଆକାର ଠାରୁ ୧.୮ ଟ୍ରିଲିୟନ ଡଲାର ଅଧିକ ହେବ ବୋଲି ଏସବିଆଇ ରିସର୍ଚ୍ଚ ଏହାର ‘ଇକୋରାପ୍’ ରିପୋର୍ଟରେ କହିଛି।
ରିପୋର୍ଟରେ ପ୍ରକାଶ ତଥ୍ୟ ଅନୁଯାୟୀ, ଏହି ହାରରେ ଭାରତ ପ୍ରତି ଦୁଇ ବର୍ଷରେ ୦.୭୫ ଟ୍ରିଲିୟନ ଡଲାର ଯୋଡ଼ିବାର ସମ୍ଭାବନା ରହିଛି, ଅର୍ଥାତ୍ ୨୦୪୭ ସୁଦ୍ଧା ଭାରତ ୨୦ ଟ୍ରିଲିୟନ ଡଲାର ଛୁଇଁବ। ୨୦୨୭ରେ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶର ଅର୍ଥନୀତି ୫୦୦ ବିଲିୟନ ଡଲାର ଅତିକ୍ରମ କରି ପ୍ରମୁଖ ଭାରତୀୟ ରାଜ୍ୟଗୁଡ଼ିକର ଜିଡିପି ଆକାର ଭିଏତନାମ, ନରୱେ ଭଳି କେତେକ ଏସୀୟ ଓ ୟୁରୋପୀୟ ଦେଶର ଆକାରଠାରୁ ଅଧିକ ହେବ।