ଅଶି ଦଶକର କୁଖ୍ୟାତ ଲୁଟେରା ଗିରଫ

ମେଡିସିନ ଦୋକାନରୁ ଚୋରି କରିଥିବା ପୋଲିସ ଜାଣିବା ପରେ ଆଜି ବାଦାମବାଡି ପୋଲିସ୍ ଗିରଫ କରିଛି।

ସାରା ଦେଶରେ ରହିଛି ୫୦୦ରୁ ଅଧିକ ମାମଲା

କଟକ: ରାଜ୍ୟର ଗୋଟିଏ କୁଖ୍ୟାତ ଲୁଟେରାକୁ ଗିରଫ କରିଛି କଟକ ବାଦାମବାଡି ପୋଲିସ। ଏହି ଲୁଟେରା ଗୋଟିଏ କି ଦୁଇଟା ନୁହେଁ, ବରଂ ୫୦୦ରୁ ଅଧିକ ଚୋରି ମାମଲାରେ ଫସିଛି। ଲୁଟେରାର ଘର ଭୁବନେଶ୍ୱର ହୋଇଥିବା ବେଳେ ସେ ସାରା ଦେଶରେ ଚୋରି ହଇଚଇ ସୃଷ୍ଟି କରିଛି। ଆଉ ଦେଶର ବିଭିନ୍ନ ଥାନାରେ ରହିଛି ୫୦୦ରୁ ଉର୍ଦ୍ଧ୍ୱ ଚୋରି ମାମଲା। ଏଭଳି ଏକ ଚୋର ହେଉଛି ଭୁବନେଶ୍ବରର ଥାନା ଅନ୍ତର୍ଗତ ହାଟସାହି ଅଞ୍ଚଳରେ ରହୁଥିବା ହେମନ୍ତ ଦାସ୍।

୧୯୮୬ ମସିହାରୁ ଚୋରିକୁ ପେସା କରିଥିବା ହେମନ୍ତ ନାଁରେ ଓଡିଶାରେ ୧୦୦ଟି ମାମଲା ଥିବା ବେଳେ ସାରା ଦେଶରେ ୫୦୦ରୁ ଉର୍ଦ୍ଧ୍ଵ ମାମଲା ରହିଛି। ଆଉ ବର୍ତ୍ତମାନ ୧୧୦ଟି ମାମଲାରେ ତା’ର ସମ୍ପୃକ୍ତି ଥିବା ସୂଚନା ମିଳିଛି। ଗତ ଫେବୃଆରୀ ମାସରେ ଜଣଙ୍କ ଘରୁ ୩ ଲକ୍ଷ ଟଙ୍କାର ସୁନା ଗହଣା ଚୋରି କରିବା ଅଭିଯୋଗରେ ଗିରଫ ହୋଇଥିଲା। ପରେ ଥାନାରୁ ମୁକୁଳି ଆସି ପୁଣି ଏକ ମେଡିସିନ ଦୋକାନରୁ ଚୋରି କରିଥିବା ପୋଲିସ ଜାଣିବା ପରେ ଆଜି ବାଦାମବାଡି ପୋଲିସ୍ ଗିରଫ କରିଛି। ଏହି ଅଶି ଦଶକର ପେସାଦାର ଚୋର ହେମନ୍ତ ସମ୍ପର୍କରେ ଆହୁରି ଜାଣିଲେ ଚକିତ ହେବେ। ହେମନ୍ତର ଜୀବନଯାପନ ଅତ୍ୟନ୍ତ ଅଏସ ଆରାମ ପୂର୍ଣ୍ଣ। ସେ ଅଧିକାଂଶ ସମୟ ପଞ୍ଚତାରକା ହୋଟେଲରେ ରୁହେ। ଆଉ ଚୋରି କରୁଥିବା ସମସ୍ତ ଟଙ୍କା ଖର୍ଚ୍ଚ କରେ।