ପ୍ରକାଶ ପାଇଲା ୨୦୨୦-୨୧ ଓଏଏସ୍ ରେଜଲ୍ଟ

ପ୍ରକାଶ ପାଇଲା ୨୦୨୦-୨୧ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ।

ଶ୍ରେଷ୍ଠ ୧୦ରେ ୫ ଝିଅ

କଟକ: ପ୍ରକାଶ ପାଇଲା ୨୦୨୦-୨୧ ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ। ୨୦୨୧ ଓଏଏସ୍ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସୁଦେବ କୁମାର ପୃଷ୍ଟି ଟପ୍ପର ହୋଇଛନ୍ତି। ସୁଚିସ୍ମିତା ପାଣିଗ୍ରାହୀ ଦ୍ବିତୀୟ, ପ୍ରଣବ ରଞ୍ଜନ ସାହୁ ତୃତୀୟ, ବୈଶାଖୀ ଲେଙ୍କା ଚତୁର୍ଥ, ଶ୍ୱେତଲିନା ମାହାନା ପଞ୍ଚମ, ଅଗ୍ନିଜା ଶିବଦତ୍ତା ଷଷ୍ଠ, ସନ୍ତୋଷ କୁମାର ପାତ୍ର ସପ୍ତମ, ମୀମାଂସା ସାହୁ ଅଷ୍ଟମ, ବିନ୍ଦୁ ବଳୟ ରାଉତରାୟ ନବମ ଏବଂ ସୌମ୍ୟରଞ୍ଜନ ମହାପାତ୍ର ଦଶମ ରାଙ୍କ୍ ଅକ୍ତିଆର କରିଛନ୍ତି। ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ୫ ଜଣ ପୁଅ ଓ ୫ ଜଣ ଝିଅ ଅଛନ୍ତି। ମୋଟ ୪୩୨ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ୧୬୪ ଜଣ ଝିଅ ଅଛନ୍ତି।