ମାଛ ଧରିବା ବେଳେ ଅଘଟଣ

ଚିଲିକା ହ୍ରଦରେ ମାଛ ଧରିବା ବେଳେ ଘଟିଛି ଅଘଟଣ ।

ବଜ୍ରପାତରେ ବାପା, ପୁଅ ମୃତ

ଖୋର୍ଦ୍ଧା: ଚିଲିକା ହ୍ରଦରେ ମାଛ ଧରିବା ବେଳେ ଘଟିଛି ଅଘଟଣ । କାଲି ବଜ୍ରପାତ ହେବାରୁ ବାପା ପୁଅଙ୍କର ମୃତ୍ୟୁ ଘଟିଥିଲା । ଆଜି ବାଲୁଗାଁ ନିକଟ କାଳିଜୁଗେଶ୍ୱର ପାହାଡ ନିକଟରୁ ଦୁହିଁଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୁଚନାଯୋଗ୍ୟ, ମୃତ ବାପା ଓ ପୁଅ ଘରକୁ ଫେରିବା ବିଳମ୍ବ ହେବାରୁ ତାଙ୍କ ପରିବାର ଲୋକେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କାଲିଠୁ ମୃତ୍ୟୁ ହୋଇଥିବା ବେଳେ ବହୁତ ଖୋଜାଖୋଜି ପରେ ଆଜି ଦୁହିଁଙ୍କ ମୃତଦେହ ମିଳିଛି ।