ବିଜେଡିର ମିଶ୍ରଣ ପର୍ବ

କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୋଡ଼ାମରାଇ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ସମେତ ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।

ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ

ଭୁବନେଶ୍ୱର, ୩୧/୦୭/୨୦୨୩: କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପୋଡ଼ାମରାଇ ଗ୍ରାମପଞ୍ଚାୟତର ସରପଞ୍ଚ ନାରାୟଣ ସେଠୀ, ପଞ୍ଚାୟତ ସମିତିସଭ୍ୟ ସୋନାଲି ପ୍ରିୟଦର୍ଶିନୀ ରାଉତ, ନାଏବ ସରପଞ୍ଚ ଆରତୀ ଜେନାଙ୍କ ନେତୃତ୍ୱରେ ଆଜି ଶତାଧିକ ବିଜେପି କର୍ମୀ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ଶଙ୍ଖ ଭବନ ଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ସାଧାରଣ ସମ୍ପାଦକ, ମାହାଙ୍ଗା ବିଧାୟକ ଶ୍ରୀ ପ୍ରତାପ ଜେନା ଉପସ୍ଥିତ ରହି ସମସ୍ତ ବିଜେପି କର୍ମୀଙ୍କୁ ଦଳକୁ ସ୍ୱାଗତ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱ ଓ ବିକାଶମୂଳକ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବିଜେଡ଼ିରେ ସାମିଲ୍ ହେଉଛନ୍ତି ବୋଲି ଆଜି ଯୋଗ ଦେଇଥିବା ବିଜେପି କର୍ମୀମାନେ ପ୍ରକାଶ କରିଥିଲେ । ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ତଥା ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ । ବିଜୁ ଜନତା ଦଳରେ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଧାୟକ ଶ୍ରୀ ଜେନା କହିଥିଲେ ।

ଏହି ମିଶ୍ରଣ ପର୍ବରେ ପୋଡ଼ାମରାଇ ଗ୍ରାମପଞ୍ଚାୟତର ଆଲୋକ କୁମାର ଜେନା, ବାଇଧର ରାଉତ, ପ୍ରତାପ ବେହେରା, ମହେନ୍ଦ୍ର ସେଠୀ, ମନୋଜ କୁମାର ଜେନା, ଗୋବିନ୍ଦ ଚନ୍ଦ୍ର ଜେନା, ଅର୍ଦ୍ଧେନ୍ଦୁ ଶେଖର ଜେନା, ଗଣେଶ ପ୍ରଧାନ, ଝୁନୁ ମହାନ୍ତି, ରାଜେଶ ବେଦାନ୍ତ, ଗୋବିନ୍ଦ ଜେନା, ବାସନ୍ତୀ ଜେନା, ସୁଶାନ୍ତି ଜେନା, ବଳରାମ ଜେନାଙ୍କ ସହ ଶତାଧିକ ବିଜେପି କର୍ମୀ ବିଜେଡ଼ିରେ ସାମିଲ୍ ହୋଇଥିଲେ । ଶେଷରେ ଦଳର ମୁଖପାତ୍ର ଡ. ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।