ଛତ୍ରପୁର ପୂର୍ବତନ ବିଧାୟକଙ୍କୁ ଆଜୀବନ ଜେଲ୍

ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍ ଘୋଷଣା କଲେ ଏଡିଜେ-୩ କୋର୍ଟ।

୧୯୯୮ରେ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ

ବ୍ରହ୍ମପୁର: ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍‌ ରାୟ ଦେଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍-୩ କୋର୍ଟ। ୧୯୯୮ ମସିହାରେ ପୋଲିସ ଆର୍‌ଆଇଙ୍କୁ ହତ୍ୟା ମାମଲାରେ ଏଡିଜେ-୩ ଏହି ରାୟ ଶୁଣାଇଛନ୍ତି।

ନାରାୟଣଙ୍କ ସହ ମୋଟ ୧୩ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି। ୧୯୯୮ରେ ସିନ୍ଧି ଗାଁରେ ଏକ ମିଟିଂ ବେଳେ ଗଣ୍ଡଗୋଳ ହୋଇଥିଲା। ଏହି ଗଣ୍ଡଗୋଳ ଓ ମାରପିଟ୍‌ରେ ଆର୍‌ଆଇ ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ମାମଲା ହୋଇଥିଲା। ତେବେ ଶ୍ରୀ ରେଡ୍ଡୀ ଦୋଷୀ ସାବ୍ୟସ୍ତ ହେବା ପରେ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।