ଫରେନ୍ସିକ୍ ସାଇନ୍ସ ସର୍ଭିସେସ୍ ଅର୍ଗାନାଇଜେସନ ପାଇଁ ଅର୍ଥ ମଞ୍ଜୁର

ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ଫରେନସିକ୍ ସର୍ଭିସ ଅର୍ଗାନାଇଜେସନର ଆଧୁନିକୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି।

ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ

ରାଜ୍ୟରେ ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ଫରେନସିକ୍ ସାଇନ୍ସ ସର୍ଭିସ ଅର୍ଗାନାଇଜେସନର ଆଧୁନିକୀକରଣ ପାଇଁ ୧୫୦.୦୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ଯୋଜନା ‘ଫରେନ୍ସିକ୍ ସାଇନ୍ସ ସର୍ଭିସେସ୍ ଅର୍ଗାନାଇଜେସନ୍, ଓଡ଼ିଶା’ ନାମରେ ପରିଚିତ ହେବ ଏବଂ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ୫ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବ।
୫-ଟି ଅଭିଯାନର ଏକ ଅଂଶ ଭାବରେ, ଏହି ଯୋଜନାର କିଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରହିଛି ଯେଉଁଥିରେ ମାମଲାର ତ୍ୱରିତ ସମାଧାନ, ରାଜ୍ୟ, ଆଞ୍ଚଳିକ ଏବଂ ଜିଲ୍ଲା ସ୍ତରରେ ଫରେନସିକ୍ ପରୀକ୍ଷାଗାରକୁ ସୁଦୃଢ଼ କରିବା, ବୈଜ୍ଞାନିକ ତଦନ୍ତରେ ଉନ୍ନତି, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଇଁ ମାମଲାର ସୁଦୃଢ଼ୀକରଣ ଅନ୍ତର୍ଭୁକ୍ତ ।

ବାଲେଶ୍ୱର ଓ ସମ୍ବଲପୁରରେ ନୂତନ ଆଞ୍ଚଳିକ ଫରେନସିକ୍ ଲାବୋରେଟୋରି ବିଲ୍ଡିଂ ପାଇଁ ୨୦ କୋଟି ଟଙ୍କା, ଉପକରଣ ପାଇଁ ୧୨୫.୨୫ କୋଟି ଟଙ୍କା ଏବଂ ମୋବାଇଲ୍ ଫରେନସିକ୍ ଭ୍ୟାନ୍ ପାଇଁ ୩.୫୦ କୋଟି ଟଙ୍କା ଏବଂ ଅନ୍ୟାନ୍ୟ କିଛି ବ୍ୟୟ ବରାଦ ପାଇଁ ମୋଟ ବ୍ୟୟ ବରାଦ କରାଯାଇଛି।