ମହାରାଷ୍ଟ୍ର: ଥାନେରେ ଗାର୍ଡର ଲଞ୍ଚିଂ ମେସିନ୍ ଭୁଶୁଡ଼ି ୧୭ ଶ୍ରମିକଙ୍କ ମୃତ୍ୟୁ

ସମୃଦ୍ଧି ଏକ୍ସପ୍ରେସ୍ ରାଜପଥର ତୃତୀୟ ପର‌୍ୟ୍ୟାୟ ନିର୍ମାଣରେ ଏହି ମେସିନ୍ ବ୍ୟବହାର କରାଯାଉଥିବା ଶାହପୁର ପୁଲିସ କହିଛି।

ଆର୍ଥିକ ସହାୟତା ଘୋଷଣା କଲେ ସିନ୍ଦେ

ମହାରାଷ୍ଟ୍ର: ଜୁଲାଇ ୩୧ ତାରିଖ ବିଳମ୍ବିତ ରାତିରେ ଶାହପୁର ନିକଟରେ ଏକ ଗାର୍ଡର ଲଞ୍ଚିଂ ମେସିନ୍ ଭୁଶୁଡ଼ି ପଡ଼ିବାରୁ ୧୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ସମୃଦ୍ଧି ଏକ୍ସପ୍ରେସୱେର ତୃତୀୟ ପର‌୍ୟ୍ୟାୟ ନିର୍ମାଣ ବେଳେ ସୋମବାର ବିଳମ୍ବିତ ରାତିରେ ଏକ ଗାର୍ଡର ମେସିନ୍ ସେମାନଙ୍କ ଉପରକୁ ଖସି ପଡ଼ିଥିଲା।
ଥାନେ ଜିଲ୍ଲାର ଶାହାପୁର ନିକଟରେ ସମୃଦ୍ଧି ଏକ୍ସପ୍ରେସୱେର ତୃତୀୟ ପର‌୍ୟ୍ୟାୟ ନିର୍ମାଣ ସମୟରେ ଏକ ପୋଲ ସ୍ଲାବ୍ ଉପରେ କ୍ରେନ୍ ଭୁଶୁଡ଼ି ପଡ଼ିବା ପରେ ଭଗ୍ନାବଶେଷ ତଳେ ଫସି ରହିଥିବା ଅଧିକ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫର ଦୁଇଟି ଟିମ୍ ପକ୍ଷରୁ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ଜାରି ରହିଛି। ଭୁଶୁଡ଼ି ପଡ଼ିଥିବା କୋଠା ଭିତରେ ଅତି କମରେ ୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି ବୋଲି ଏନଡିଆରଏଫ କହିଛି। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ଦୁର୍ଭାଗ୍ୟଜନକ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ସିନ୍ଦେ । ଗଣମାଧ୍ୟମକୁ ସିନ୍ଦେ କହିଛନ୍ତି, ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ସ୍ୱିଜରଲ୍ୟାଣ୍ଡର ଏକ କମ୍ପାନି ଏଠାରେ କାମ କରୁଥିଲା। ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।