ଦେବଗଡରେ ୨ ଦିନ ଯାଏଁ ସ୍କୁଲ ବନ୍ଦ

ଦେବଗଡ଼ରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଦୁଇ ଦିନ ଯାଏଁ ଛୁଟି ଘୋଷଣା କରାଯାଇଛି।

୬ଟି ଜିଲ୍ଲାକୁ ବର୍ଷା ଯୋଗୁଁ ରେଡ୍ ଆଲର୍ଟ

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଦୁଇ ଦିନ ଛୁଟି ଘୋଷଣା କରାଯାଇଛି। ଦେବଗଡ଼ ଜିଲ୍ଲା ପାଇଁ ଏସଆରସିଙ୍କ ଦ୍ୱାରା ଜାରି ହୋଇଥିବା ପ୍ରବଳ ବର୍ଷା, ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଦେବଗଡ଼ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରକୁ ଅଗଷ୍ଟ ୨ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଦେବଗଡ଼, କେନ୍ଦୁଝର, ବଲାଙ୍ଗୀର, କଳାହାଣ୍ଡି, ଢେଙ୍କାନାଳ ଓ ବାଲେଶ୍ୱରରେ ଆଜି ପ୍ରବଳ ବର୍ଷା ହେବାର ଅଛି। ବୁଧବାର ଅନେକ ଜିଲ୍ଲାପାଳ ନିଜ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଜିଲ୍ଲାପାଳମାନେ ନିଜ ଅଞ୍ଚଳର ବିଡିଓଙ୍କୁ ଯେକୌଣସି ଜରୁରୀ କାଳୀନ ପରିସ୍ଥିତି ପାଇଁ ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ଜଳବନ୍ଦୀ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ଆଶ୍ରୟସ୍ଥଳୀରେ ରଖାଯିବ। ସେମାନଙ୍କୁ ଶୁଖିଲା/ରନ୍ଧା ଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦିଆଯିବ।