ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ରାଜ୍ୟରେ କିଛି ଦିନ ଧରି ଲଗାଣ ବର୍ଷା ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ବଂଶଧାରା ଓ ବୈତରଣୀରେ ବନ୍ୟା ସୃଷ୍ଟି

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ଧରି ଲଗାଣ ବର୍ଷା ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଅନେକ ସ୍ଥାନରେ ଜଳବନ୍ଦୀର ସାମନା କରୁଛନ୍ତି ଲୋକେ । ଗଜପତି ଜିଲ୍ଲା କାଶିନଗରଠାରେ ବଂଶଧାରା ନଦୀରେ ଜଳସ୍ତର ବଢୁଥିବାରୁ ମୟୂରଭଞ୍ଜ ଜିଲ୍ଲାର ୨୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି । ସେହିପରି ବୈତିରଣୀରେ ବନ୍ୟା ଯୋଗୁଁ କେନ୍ଦୁଝର ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହ କେନ୍ଦୁଝର ଜିଲ୍ଲା ଜୁଡିଆ ଘାଟ ପାହାଡରେ କୋଲକାତା-ମୁମ୍ବାଇ ୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ ହୋଇଛି । ଯାହାଫଳରେ ଯୋଗାଯୋଗ ବାଧାପ୍ରାପ୍ତ ହେବା ସହ ଯାତାୟତ ଠପ୍ ହୋଇଯାଇଛି । ଏ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ଏସିଏସ୍ ବୁଧବାର ରାଜ୍ୟ ଇଓସି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ବର୍ଷା ସ୍ଥିତିର ସମୀକ୍ଷା କରିବା ସହ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷାକୁ ଦୃଷ୍ଟିରେ ରଖି ଆଜି ୧୨ଟି ଜିଲ୍ଲାରେ ସମସ୍ତ ସ୍କୁଲ ଓ ଅଙ୍ଗନୱାଡିକୁ ସରକାର ଛୁଟି ଘୋଷଣା କରିଛନ୍ତି । ରାଜଧାନୀ ଭୁବନେଶ୍ୱର ଓ କଟକରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଲଗାଣ ବର୍ଷା ଯୋଗୁଁ ତଳିଆ ଅଂଚଳରେ ଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟ୍ୱିନ ସିଟିରେ ତଳିଆ ଅଂଚଳରେ ଥିବା ଘରେ ପାଣି ପଶି ଯାଉଥିବାରୁ ଲୋକମାନେ ଚଳିବାକୁ ଅସୁବିଧା ହେଉଥିବା ସହ ପାଣି ନିଷ୍କାସନ ପାଇଁ ବିଏମସି ଓ ସିଏମସି କୌଣସି ପଦକ୍ଷେପ ଗ୍ରହଣ କରୁନଥିବାର ଅଭିଯୋଗ କରିଛନ୍ତି ।