ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇଲା ବିଜେଡି

ରାଜ୍ୟସଭାରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇଛି ଶାସକ ବିଜୁ ଜନତା ଦଳ।

ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ଓଡିଶାର ଭିତ୍ତିଭୂମି ଦୁର୍ବଳ: ସସ୍ମିତ

ନୂଆଦିଲ୍ଲୀ: ରାଜ୍ୟସଭାରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଦୋହରାଇଛି ଶାସକ ବିଜୁ ଜନତା ଦଳ। ବିଜେଡି ସାଂସଦ ସସ୍ମିତ ପାତ୍ର ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ଉଠାଇ କହିଛନ୍ତି ଯେ ଓଡ଼ିଶା ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଗତ ୧୦୦ ବର୍ଷ ମଧ୍ୟରେ ଓଡ଼ିଶା ପ୍ରାୟ ୯୯ଟି ବାତ୍ୟାର ସମ୍ମୁଖୀନ ହୋଇଛି। ୧୯୯୯ ମହାବାତ୍ୟା, ଫାଇଲିନ୍ ଓ ବାତ୍ୟା ହୁଡହୁଡ ଭଳି ବିଭିନ୍ନ ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି କରିଛି। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ଭିତ୍ତିଭୂମି ପୁନରୁଦ୍ଧାର ପାଇଁ ବହୁ ସମୟ ଲାଗିଥାଏ ଏବଂ ବିପୁଳ ପରିମାଣର ଅର୍ଥ ଆବଶ୍ୟକ ହୁଏ। ଏହି କାରଣରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ଶାସକ ଦଳ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କରି ବାରମ୍ବାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଆସୁଛନ୍ତି ବୋଲି ସସ୍ମିତ କହିଛନ୍ତି।