ମହାନଦୀରେ ଜଳସ୍ତର ବୃଦ୍ଧି

ରାଜ୍ୟରେ କିଛି ଦିନ ଧରି ଲଗାଣ ବର୍ଷା ହେବା ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି ।

୫ ଜିଲ୍ଲାକୁ ହାଇ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ଧରି ଲଗାଣ ବର୍ଷା ହେବା ପରେ ମହାନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଯାହାଫଳରେ ରାଜ୍ୟର ୫ ଜିଲ୍ଲାକୁ ହାଇ ଆଲର୍ଟ କରାଯାଇଛି । ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ରେଡ ଆଲର୍ଟ କରାଯାଇଛି । ସେହିପରି ଶାଖାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ନୟାଗଡ, ବୌଦ୍ଧ ଓ ସୋନପୁର ଜିଲ୍ଲାର ବିଭିନ୍ନ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାରେ ପ୍ରାୟ ୧.୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି । ଦୁର୍ବଳ ନଦୀବନ୍ଧରେ ୨୪ ଘଂଟା ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ସରକାରୀ କର୍ମଚାରୀଙ୍କ ଛୁଟି ମଧ୍ୟ ବାତିଲ୍ କରି ଦିଆଯାଇଛି । ଅନ୍ୟପକ୍ଷରେ ତଳିଆ ଅଂଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ବନ୍ୟାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ରିଲିଫ୍ ପ୍ରଦାନ ଓ ଉଦ୍ଧାର ପାଇଁ ୧୬ଟି ଜିଲ୍ଲାରେ ୧୦୬ଟି ଟିମକୁ ନିୟୋଜିତ କରାଯାଇଛି ଏବଂ ବନ୍ୟା ପରିସ୍ଥିତି ଉପରେ ନଜର ରଖିବା ପାଇଁ ଜଳ ବିଭାଗ ପକ୍ଷରୁ ୮ ବରିଷ୍ଠ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ।