ଜ୍ଞାନବ୍ୟାପୀ ମସଜିଦରେ ସର୍ବେକ୍ଷଣ ଆରମ୍ଭ
ବାରାଣାସୀର ଜ୍ଞାନବ୍ୟାପୀ ମସଜିଦରେ ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ଟିମ୍ ପକ୍ଷରୁ ସର୍ଭେ ଆରମ୍ଭ ହୋଇଛି ।
୪୦ରୁ ଅଧିକାରୀ ଏଏସଆଇ ନିୟୋଜିତ
ନୂଆଦିଲ୍ଲୀ: ବାରାଣାସୀର ଜ୍ଞାନବ୍ୟାପୀ ମସଜିଦରେ ଆରମ୍ଭ ହୋଇଛି ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ଟିମ୍ ପକ୍ଷରୁ ସର୍ଭେ । ଆହ୍ଲାବାଦ ହାଇକୋର୍ଟଙ୍କ ଅନୁମତି ପାଇବା ପରେ ଏଏସଆଇ ସର୍ଭେ ଆରମ୍ଭ ହୋଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସର୍ବେକ୍ଷଣ କାମ ଆରମ୍ଭ କରାଯାଇଥିଲେ ମଧ୍ୟ ମସଜିଦର କେୟାରଟେକର ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ପକ୍ଷରୁ କେହି ଅଂଶଗ୍ରହଣ କରିନାହାନ୍ତି । ସକାଳ ୭ଟା ବେଳେ ଏଏସଆଇ ଟିମ୍ କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବ୍ୟାପୀ ମସଜିଦ୍ ଚାରିପଟେ ବ୍ୟାପକ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ତେବେ ୪୦ରୁ ଅଧିକ ଏଏସଆଇ ଅଧିକାରୀ ଏହି ସର୍ଭେ କରୁଛନ୍ତି ବୋଲି ସୂଚନା ମିଳିଛି ।