ବଦଳିଲେ ଫିରିଙ୍ଗିଆ ଥାନା ଆଇଆଇସି

ଗତକାଲି ଫିରିଙ୍ଗିଆ ଥାନା ପୋଲିସ ଅଧିକାରୀ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତି ଥିବା ଅଭିଯୋଗ ପରେ ଆଇଆଇସିଙ୍କୁ ବଦଳି କରାଯାଇଛି।

ଥାନା ପୋଡି ଘଟଣାର କଡା କାର୍ଯ୍ୟାନୁଷ୍ଠାନ

କନ୍ଧମାଳ: କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନାରେ ଗତକାଲି ସ୍ଥାନୀୟ ଲୋକେ ନିଆଁ ଲଗାଇଦେବା ଘଟଣାର ମୋଡ ବଦଳିଛି। ଗଞ୍ଜେଇ ମାଫିଆଙ୍କ ସହ ପୁଲିସର ସମ୍ପୃକ୍ତି ଥିବା ସ୍ଥାନୀୟ ଲୋକେ ଅଭିଯୋଗ କରି ଥାନାରେ ନିଆଁ ଲଗାଇ ଦେଇଥିଲେ।

ଏ ସଂକ୍ରାନ୍ତରେ ଆଇପିସିର ଧାରା ୧୪୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ଚିହ୍ନଟ ହୋଇଥିବା ୩୦ ଜଣଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଥିବା ବେଳେ ୧୯ ଜଣଙ୍କୁ ଗିରଫ କରିଛି। ଗଞ୍ଜେଇ ଚାଲାଣରେ ସମ୍ପୃକ୍ତି ଥିବା ଅଭିଯୋଗ ଆସିବା ପରେ ଫିରିଙ୍ଗିଆ ଥାନା ଆଇଆଇସି ତପନ ନାହାକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି ଏବଂ ୨ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର ଦିଆଯାଇଛି। ଏହା ସହ ଗତ କାଲି ଥାନା ପୋଡି ବେଳେ ରେକର୍ଡ ହୋଇଥିବା ଭାଇରାଲ ଭିଡିଓର ସତ୍ୟତା ଯାଞ୍ଚ ହେବ ବୋଲି କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର କହିଛନ୍ତି।