ମଦ ନିଶାରେ ସ୍ତ୍ରୀକୁ ପିଟିପିଟି ମାରି ଦେଲା ସ୍ୱାମୀ

ମଦ ପିଇବାକୁ ବିରୋଧ କରିବାରୁ ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିଛି।

ମଦ ଯୋଗୁଁ ଗଲା ଜୀବନ

ନବରଙ୍ଗପୁର: ମଦ ପିଇବାକୁ ବିରୋଧ କରିବାରୁ ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିଛି। ଉକ୍ତ ଯୁବକ ଜଣକ ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ ବିବାହ ପରେ ତାଙ୍କ ସ୍ତ୍ରୀଙ୍କ ସହ ନବରଙ୍ଗପୁରରେ ରହୁଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିର ରବି ଖିଲୋ ନାମକ ଜଣେ ଯୁବକ ବିବାହ ପରେ ନବରଙ୍ଗପୁର ଥାନା ବଡ଼ଦାଇଭଟାସ୍ଥିତ ପତ୍ନୀ ସସ୍ମିତା ଖିଲୋଙ୍କ ଗାଁରେ ରହୁଥିଲେ। ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଅଛନ୍ତି। ପ୍ରତ୍ୟେକ ଦିନ ମଦ୍ୟପାନ କରୁଥିବାରୁ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ସବୁ ଦିନ ଝଗଡା ହେଉଥିଲା। ଆଜି ମଧ୍ୟ ରବି ମଦ୍ୟପାନ କରି ଘରକୁ ଆସିବା ପରେ ସସ୍ମିତାଙ୍କ ସହ ଝଗଡା ହୋଇଥିଲା। ଝଗଡ଼ା ତୀବ୍ର ଯୁକ୍ତିତର୍କରେ ପରିଣତ ହୋଇଥିଲା ଏବଂ ରବି ରାଗରେ ସସ୍ମିତାଙ୍କୁ ଛତାରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ସସ୍ମିତାଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କରେ ଗ୍ରାମବାସୀ ପୋଲିସକୁ ସୂଚନା ଦେବା ପରେ ନବରଙ୍ଗପୁର ଥାନାର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ସେମାନେ ରବିଙ୍କୁ ଅଟକ ରଖି ପଚରାଉଚରା କରୁଛନ୍ତି।