ଆର୍ମି ପର୍ବତାରୋହୀଙ୍କ ରେକର୍ଡ ପର୍ବତାରୋହଣ

ଭାରତୀୟ ସେନା ପର୍ବତାରୋହୀ ମାଉଣ୍ଟ କୁନ୍ ୭,୧୦୩ ମିଟର ଉଚ୍ଚତା ଏବଂ ମାଉଣ୍ଟ ନନ୍ ୭୧୩୫ ମିଟର ଉଚ୍ଚତାର ପର୍ବତାରୋହଣ କରିଛନ୍ତି।

୭,୧୦୩ ମିଟର ଉଚ୍ଚତାରେ କଲେ ଯୋଗ

ନୂଆଦିଲ୍ଲୀ: ଭାରତୀୟ ସେନା ପର୍ବତାରୋହୀ ମାଉଣ୍ଟ କୁନ୍ ୭,୧୦୩ ମିଟର ଉଚ୍ଚତା ଏବଂ ମାଉଣ୍ଟ ନନ୍ ୭୧୩୫ ମିଟର ଉଚ୍ଚତାର ପର୍ବତାରୋହଣ କରି ରେକର୍ଡ ସ୍ଥାପନ କରିଛନ୍ତି। ଏହି ଯାତ୍ରାକୁ ସେମାନେ ସାତ ଦିନରେ ଶେଷ କରିଛନ୍ତି।

ଭାରତୀୟ ସେନା ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ଗଡ଼ୱାଲ ରାଇଫଲ୍ସର କର୍ଣ୍ଣେଲ ରଜନୀଶ ଯୋଶୀଙ୍କ ନେତୃତ୍ୱରେ ପର୍ବତାରୋହୀଙ୍କ ଏକ ଦଳ ମାଉଣ୍ଟ କୁନ୍ (୭୧୦୩ ମିଟର) ଏବଂ ମାଉଣ୍ଟ ନନ୍ (୭୧୩୫ ମିଟର) ଉପରେ ସଫଳତାର ସହ ଚଢ଼ିଥିଲେ। ସେମାନେ ମାଉଣ୍ଟ କୁନରେ ଯୋଗ ମଧ୍ୟ କରିଥିଲେ। ଦଳ ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଅନେକ ରେକର୍ଡ ସହ ଇତିହାସ ସୃଷ୍ଟି କରିଛି। ସେମାନେ ସାତ ଦିନରେ ଯାତ୍ରା ଶେଷ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ପର୍ବତାରୋହୀଙ୍କର ଏହା ପ୍ରଥମ ଦଳ ଯିଏ ମାଉଣ୍ଟେନ୍ ନନ୍-କୁନ୍ ଚଢ଼ିବା ସହ ୭,୦୦୦ ମିଟରରୁ ଅଧିକ ଉଚ୍ଚତାରେ ଥିବା ଶିଖରର ଦ୍ରୁତତମ ଆରୋହଣ ଥିଲା। ସେମାନେ ୭୧୦୩ ମିଟର ଉଚ୍ଚତାରେ ମଧ୍ୟ ଯୋଗ କରିଥିଲେ, ଯାହାକି ଏକ ସର୍ବକାଳୀନ ରେକର୍ଡ଼ ବୋଲି ସେନା ପକ୍ଷରୁ କୁହାଯାଇଛି।