ଅସଲିକୁ ଠକିଲା ନକଲି!

କଟକ ଜିଲ୍ଲାରେ ଅସଲି ପୁଲିସଠାରୁ ନକଲି ପୁଲିସ ୯ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛି।

ଅସଲି ପୁଲିସ ଠାରୁ ଲକ୍ଷାଧିକ ଟଙ୍କା ଠକେଇ

କଟକ: ଅସଲିକୁ ଠକିଲା ନକଲି। ଅସଲି ପୋଲିସକୁ ଚୂନ ଲଗାଇଲା ନକଲି ପୋଲିସ। ନକଲି ପୁଲିସ ସାଜି ଅସଲି ପୁଲିସଠାରୁ ଲକ୍ଷାଧିକ ଟଙ୍କା ଠକି ନେଇ ଯାଇଛି। ଏଭଳି ଏକ ଅସଲି ନକଲିର ଘଟଣା ଘଟିଛି କଟକ ଜିଲ୍ଲାରେ। କଟକରେ ଅସଲି ପୋଲିସଠାରୁ ୯ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛି ନକଲି ପୋଲିସ।

କଟକ ଅତିରିକ୍ତ ଡିସିପି ଅନୀଲ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପୁଲିସକୁ ଠକିବାରେ ଏକ ଗ୍ୟାଙ୍ଗ ସମ୍ପୃକ୍ତ ଥିଲା। ଅଭିଯୁକ୍ତମାନେ ଉଚ୍ଚ ଅଧିକାରୀ ପରିଚୟ ଦେଇ ପୁଲିସଠାରୁ ଟଙ୍କା ଠକି ନେଉଥିଲେ। ଷଷ୍ଠ ବାଟାଲିୟନର ଦୁଇ ଅଧିକାରୀ ମାନସ କୁମାର ବାରିକ ଓ ସରୋଜ କୁମାର ପଣ୍ଡାଙ୍କଠାରୁ ପ୍ରାୟ ୯ ଲକ୍ଷ ୮୦ ହଜାର ଟଙ୍କା ଠକି ନେଇଥିଲେ ନକଲି ପୋଲିସ। ଏ ନେଇ ମୁଖ୍ୟ ଅଭିଯୁକ୍ତ ସରୋଜକାନ୍ତ ଜେନାଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତ ବେଳେ ୪ ଅଭିଯୁକ୍ତଙ୍କଠାରୁ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଜବତ କରିଛି।