ଡେଙ୍ଗୁ ମୁକାବିଲା ପାଇଁ ବିଏମସିର ପ୍ରୟାସ

ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ଅଂଚଳରେ ଡେଙ୍ଗୁ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିଛି ବିଏମସି ।

ମଶା ବଂଶ ନିପାତ କରିବ ଡ୍ରୋନ!

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ଅଂଚଳରେ ଡେଙ୍ଗୁ ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିଛି ବିଏମସି । ବିଏମସି ଅଧିନରେ ଥିବା ଅଂଚଳରେ ଲୋକମାନେ ନିଜ ଘର ଆଖପାଖରେ ଯଦି ସଫା ନ କରନ୍ତି ତାହାଲେ ପୌରସଂସ୍ଥା ସେମାନଙ୍କଠାରୁ ଜୋରିମାନା ଆଦାୟ କରିବ । ଯେଉଁମାନଙ୍କ ଘର ଚାରିପାଖରେ ପାଣି ଜମା ରହିବ ଏବଂ ମଶା ମାନଙ୍କ ବଂଶ ବିସ୍ତାର ହେବା ଭଳି ପରିସ୍ଥିତି ବିମସି ସ୍ପେସିଆଲ ଡ୍ରାଇଭ ନଜରରେ ଆସିବ ତାହାଲେ ଅଗଷ୍ଟ ୧୫ରୁ ଜୋରିମାନା ଆଦାୟ କରାଯିବ । ଏହା ସହ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଆସନ୍ତା ଅଗଷ୍ଟ ୧୫ରୁ ମଶା ଓ ଲାର୍ଭା ମାରିବା ପାଇଁ କୀଟନାଶକ ସିଂଚନ କାର୍ଯ୍ୟକ୍ରମ କରାଯିବ । ଯାହାକି ଡ୍ରୋନ ଦ୍ୱାରା କରାଯିବ ବୋଲି ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି । ସହରର ସମସ୍ତ ଗଳିକନ୍ଦିକୁ ଯାଇ କେମିକାଲ ସିଂଚିବା ସମ୍ଭବପର ହୋଇ ପାରୁନାହିଁ । ସେଥିପାଇଁ ଡ୍ରୋନ୍ ମୁତୟନ କରାଯିବ ।