ସମ୍ବର୍ଦ୍ଧିତ ହେବେ ବାହାନଗା ରେଳ ଦୁର୍ଘଟଣାର ଦେବଦୂତ

ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ରାଜ୍ୟ ସରକାର ସମ୍ବର୍ଦ୍ଧିତ କରିବେ ।

ସମ୍ବର୍ଦ୍ଧିତ ଯୋଗ୍ୟ ବ୍ୟକ୍ତିଙ୍କ ତାଲିକା ପ୍ରକାଶ

ଭୁବନେଶ୍ୱର: ଗତ ଜୁନ ୨ ତାରିଖରେ ଘଟିଥିବା ବାଲେଶ୍ୱରର ବାହାନଗାରେ ଟ୍ରିପଲ ଟ୍ରେନ ଦୁର୍ଘଟଣାରେ ସାହାଯ୍ୟ କରିଥିବା ତଥା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରିବେ ରାଜ୍ୟ ସରକାର । ଆଜି ଅପରାହ୍ନ ୫ଟାରେ ଲୋକସେବା ଭବନରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏ ନେଇ ବାଲେଶ୍ୱର ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ସ୍ଥାନୀୟ ଲୋକ, ଓଡିଶା ପୋଲିସ୍‌, ଅଗ୍ନିଶମ ସେବା, ଓଡିଶା ବିପର୍ଯ୍ୟୟ ରାପିଡ ଆକ୍ସନ ଫୋର୍ସ(ଓଡ୍ରାଫ), ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ(ଏନଡିଆରଏଫ), ରେଳ ସୁରକ୍ଷା ବଳ(ଆରପିଏଫ), ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ଏବଂ ରକ୍ତଦାତାଙ୍କ ସମେତ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ସରକାରଙ୍କ ପାଖକୁ ପଠାଯାଇଛି । ପୂର୍ବରୁ ୫-ଟି ସଚିବ ଭି.କେ. ପାଣ୍ଡିଆନ ବାଲେଶ୍ୱର ଗସ୍ତ ସମୟରେ ଏହି ଦୁର୍ଘଟଣାରେ ଉଦ୍ଧାର କାର୍ଯୟରେ ନିୟୋଜିତ ଥିବା ଲୋକଙ୍କ ସାହାଯ୍ୟକୁ ପ୍ରଶଂସା କରିଥିଲେ ।