ସ୍ତ୍ରୀକୁ ନ ପାଇ ଶଶୁରକୁ ଗୁଳି ମାରିଲା ଜ୍ୱାଇଁ
ମହୁଲପାଲି ଥାନା ବନ୍ଦକାନୀ ଗ୍ରାମରେ ଶଶୁରଙ୍କ ଉପରେ ଜ୍ୱାଇଁ ଗୁଳିମାଡ କରିଛି।
ଅଳ୍ପକେ ବର୍ତିଲେ ଶ୍ୱଶୁର
କୁଚିଣ୍ଡା ୧୨/୮(ଦର୍ଶନ ନ୍ୟୁଜ ): ମହୁଲପାଲି ଥାନା ବନ୍ଦକାନୀ ଗ୍ରାମରେ ଶଶୁରଙ୍କ ଉପରେ ଜ୍ୱାଇଁ ଗୁଳି ମାଡ଼ କରି ବାଉରୀଗୁଡା ଗ୍ରାମର ବେଦବ୍ୟାସ ଶବର ଗିରଫ ହୋଇଛି | ମହୁଲପାଲି ପୋଲିସ କେଶ ନଂ ୯୨ ରେ ମାମଲା ରୁଜ୍ଜୁ କରି ଦଫା ୨୯୪, ୩୦୭, ଆଇପିସି ୨୫ ଆର୍ମ ଆକ୍ଟ ଲଗାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି|
ସୂଚନା ଅନୁସାରେ, ବାଉରୀଗୁଡା ଗ୍ରାମର ବେଦବ୍ୟାସ ଶବର ପ୍ରେମ ବିବାହ କରିଥିଲେ | କିଛି ଦିନ ହେବ ଶଶୁର ଘର ଏବଂ ନିଜ ସ୍ତ୍ରୀ ସହ ଝଗଡା ଲାଗି ରହିଥିଲା | ଗତ କାଲି ବେଦବ୍ୟାସ ବିଲରୁ କାମ ସାରି ଘରକୁ ଫେରି ସ୍ତ୍ରୀକୁ ଘରେ ନପାଇ ଶଶୁର ଘର ବନ୍ଦକାନୀ କୁ ଖୋଜିବାକୁ ଯାଇଥିଲା | ଶଶୁରକୁ ନିଜ ସ୍ତ୍ରୀ କୁଆଡେ ଗଲା ଏବଂ ତମେ ଲୁଚାଇ ରଖିଛ ବୋଲି ପାଟି ତୁଣ୍ଡ ପରେ ଶଶୁର ଉପରକୁ ଦେଶୀ ବନ୍ଧୁକରେ ୨୦ ରାଉଣ୍ଡ ଗୁଳି ଚାଳନା କରୁଥିଲା | ସୌଭାଗ୍ୟ ବଶତଃ ଗୁଳି କବାଟରେ ବାଜିବାରୁ ଶଶୁର କୁଞ୍ଜବନ ରଣା ବଞ୍ଚିଯାଇଥିଲେ | ପରେ ମହୁଲପାଲି ପୋଲିସ ଘଟଣା ସ୍ଥଳରେ ପହଁଚି ଅଭିଯୁକ୍ତ ବେଦବ୍ୟାସ କୁ କାବୁ କରିବା ସହ ଦେଶୀ ବନ୍ଧୁକ,୨୦ ଗ୍ରାମର ବନ୍ଧୁକ ପାଉଡର ୨୦ ରାଉଣ୍ଡ ଗୁଳି ଜବତ କରିବାରେ ସକ୍ଷମ ହୋଇଛି |