ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲରେ ୭୭ତମ ସ୍ୱାଧୀନତା ଦିବସ ପାଳିତ

ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ବହୁ ଆଡମ୍ବରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।

ଅତିଥି ଭାବେ ଯୋଗ ଦେଲେ ବିଜେଡି ସାଂସଦ

ଭୁବନେଶ୍ବର: ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ବହୁ ଆଡମ୍ବରରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ହାଇଟେକ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ, ବିଜେଡି ସାଂସଦ ସୁଲତା ଦେଓ, ହାଇଟେକ ଗ୍ରୁପର ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ, ନିର୍ଦ୍ଦେଶକ ରାକେଶ କୁମାର ପାଣିଗ୍ରାହୀ, ନିର୍ଦ୍ଦେଶକ ସନ୍ତୋଷ ଚୌଧୁରୀ, ନିର୍ଦ୍ଦେଶକ ସାବିତ୍ରୀ ପାଣିଗ୍ରାହୀ, ନିର୍ଦ୍ଦେଶକ ମଧୁସ୍ମିତା ତ୍ରିପାଠୀ, ନିର୍ଦ୍ଦେଶକ ଅଙ୍କିତା ପାଣିଗ୍ରାହୀ, ଉପନିର୍ଦ୍ଦେଶକ ଅନୀଲ ପାଣିଗ୍ରାହୀଙ୍କ ସମେତ ସମ୍ମାନିତ ଅତିଥି ଭାବେ ମେଡିକାଲ ସୁପରିଟେଣ୍ଡେଣ୍ଟ ଡ଼ଃ ବାସୁଦେବ ବେହେରା, ଚିଫ୍ ଆଡମିନିଷ୍ଟ୍ରେଟିଭ୍ ଅଫିସର ମାଲକିନ ବେହେରା, ଭାଇସ ପ୍ରେସିଡେଣ୍ଟ ମାର୍କେଟିଂ ମନୋଜ ଦାସ, ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପ୍ରଫେସର ଡ଼ଃ ଅକ୍ଷୟ କୁମାର ସାମଲ, ଉପାଧ୍ୟକ୍ଷା ଡ଼ଃ ଲିସ ଷଡଙ୍ଗୀ ଉପସ୍ଥିତ ଥିଲେ। ଏହି ଅବସରରେ ହାଇଟେକ ଗ୍ରୁପର ଛାତ୍ରଛାତ୍ରୀମାନେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ।