ନ୍ୟୁୟର୍କରେ କୋଣାର୍କର ଝଲକ

ନ୍ୟୁୟର୍କ ସହରର ପ୍ରସିଦ୍ଧ ଟାଇମ୍ସ ଛକରେ ସ୍ଥାପନା ପାଇଛି କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ।

ସୂର୍ଯ୍ୟ ମନ୍ଦିର ଚକର ସ୍ଥାପନା

ନ୍ୟୁୟର୍କ: ଭାରତର ସ୍ୱାଧୀନତା ଦିବସ ଅବସରରେ ନ୍ୟୁୟର୍କ ସହରର ପ୍ରସିଦ୍ଧ ଟାଇମ୍ସ ଛକରେ ସ୍ଥାପନା ପାଇଛି କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ। ସେଲିବ୍ରିଟି ସେଫ୍ ବିକାଶ ଖାନ୍ନା ଓଡ଼ିଶାର କୋଣାର୍କ ସୂର୍ଯ୍ୟ ମନ୍ଦିର ଚକର ପ୍ରତିକୃତି ଉନ୍ମୋଚନ କରିଛନ୍ତି। ୨୦୨୪ରେ ସେଫ ବିକାଶଙ୍କ ନ୍ୟୁୟର୍କ ସିଟିସ୍ଥିତ ରେଷ୍ଟୁରାଣ୍ଟରେ ଭାରତୀୟ ପ୍ରବାସୀ ଏବଂ ଆମେରିକା ମଧ୍ୟରେ ଏକତାର ପ୍ରତୀକ ଭାବରେ ଏହି କଳାକୃତି ପ୍ରଦର୍ଶିତ ହେବ।
ମଙ୍ଗଳବାର ପତାକା ଉତ୍ତୋଳନ ସମାରୋହ ଦେଖିବା ପାଇଁ ଵଭାରତୀୟ-ଆମେରିକୀୟମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ବାଲୁକା ପଥରରେ ନିର୍ମିତ ପ୍ରାୟ ୪ ହଜାର ପାଉଣ୍ଡ ଓଜନର ଏହି ହାତତିଆରି ରେପ୍ଲିକେସନ୍ ଉପରେ ଓଡ଼ିଶାର ଲଳିତଗିରି ଗାଁର ଅନେକ କଳାକାର ମାସ ମାସ ଧରି କାମ କରିଛନ୍ତି।