ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣର ଅବଧି ବଢ଼ାଇଲେ ରାଜ୍ୟ ସରକାର

ଖରିଫ ଫସଲ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପାଇଁ ଆବେଦନ କରିବାର ଶେଷ ତାରିଖ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।

ଜିଲ୍ଲାପାଳଙ୍କୁ ଆରସିଏସର ସର୍କୁଲାର ଜାରି

ଭୁବନେଶ୍ବର: ଖରିଫ ଫସଲ ଧାନ କ୍ରୟ ପାଇଁ ଚାଷୀ ପଞ୍ଜୀକରଣ ପାଇଁ ଆବେଦନ କରିବାର ଶେଷ ତାରିଖ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ରେଜିଷ୍ଟ୍ରାର ଅଫ୍ କୋ-ଅପରେଟିଭ୍ ସୋସାଇଟି ଅଗଷ୍ଟ ୨୨, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ନେଇ ଆରସିଏସ୍ ପକ୍ଷରୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ସର୍କୁଲାର ଜାରି କରାଯାଇଛି।

ସେହିପରି ସୋସାଇଟିଗୁଡ଼ିକ ଦ୍ୱାରା ଫର୍ମଗୁଡ଼ିକର ଡିଜିଟାଇଜେସନର ଶେଷ ତାରିଖକୁ ୨୮ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏତଦ୍ ବ୍ୟତୀତ ଧାନ କ୍ରୟ ପାଇଁ ମାଷ୍ଟର ଫାର୍ମର ଲିଷ୍ଟ ପ୍ରସ୍ତୁତ କରିବା ପାଇଁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ପ୍ରସ୍ତୁତ କରିବାକୁ ସର୍କୁଲାରରେ କୁହାଯାଇଛି।