ରାଜ୍ୟରେ ବଢିବ ବର୍ଷାର ପ୍ରକୋପ

ଆସନ୍ତା ଅଗଷ୍ଟ ୨୫ ବେଳକୁ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ବର୍ଷାର ପରିମାଣ ବଢିବ ।

ପୁଣି ସୃଷ୍ଟି ହେବ ଘୁର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ୟରେ ବଢିବ ବର୍ଷାର ପ୍ରକୋପ । ଆସନ୍ତା ଅଗଷ୍ଟ ୨୫ ବେଳକୁ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଅଗଷ୍ଟ ୨୩ରୁ ବର୍ଷାର ପରିମାଣ ବଢିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତମାନ ଉତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ଥିବାରୁ ଆସନ୍ତା ୨ରୁ ୩ ଦିନ ଯାଏ ବର୍ଷା ହେବାର ଅଛି । ଆସନ୍ତା ୨୪ ଘଂଟା ଯାଏ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନୂଆପଡା, ଗଜପତି, ଗଞ୍ଜାମ, ରାୟଗଡା, ବୌଦ୍ଧ, ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ସୋନପୁର, ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ କେତେକ ପାହାଡିଆ ସ୍ଥାନରେ ଭୂସ୍ଖଳନ ହେବାର ସମ୍ଭାବନା ଅଛି ।