ଫାର୍ମରୁ ମିଳିଲା ୨ ମୃତ ଦେହ

ଏକ ଫାର୍ମରେ ଥିବା ବନ୍ଦ ଘରୁ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

କାରଣ ଅସ୍କଷ୍ଟ; ପୋଲିସର ତନାଘନା

ଭୁବନେଶ୍ୱର: ଭୁବନେଶ୍ୱର ଉପକଂଠ ବାଲିଅନ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁରସ୍ଥିତ ଏକ ଫାର୍ମରେ ଥିବା ବନ୍ଦ ଘରୁ ଦୁଇ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତୁ୍ୟର କାରଣ ଅସ୍ପଷ୍ଟ ଥିବା ବେଳେ ମୃତକଙ୍କୁ ଚିହ୍ନଟ କରାଯାଇଛି । ମୃତକ ଦ୍ୱୟ ହେଲେ ସୁଶାନ୍ତ ଦାସ ଓ ଜଗବନ୍ଧୁ ବେହେରା । ମୃତୁ୍ୟର କାରଣ ଜାଣିବା ପାଇଁ ପୋଲିସ ତନାଘନା ଚଳାଇଛି । ସେପଟେ ସୂଚନା ମିଳିଛି ଯେ, ମୃତ ଯୁବକ ଦ୍ୱୟ ସେହି ଫାର୍ମରେ କାମ କରୁଥିଲେ । ପ୍ରାୟ ୧୫ ଦିନ ତଳେ ଦୁଇ ଜଣ ଏହି ଫାର୍ମରେ କାମ କରିବା ଆରମ୍ଭ କରିଥିଲେ । କିନ୍ତୁ ଗତ କାଲି ରାତି ୧୧ଟାରେ ଦୁଇ ଯୁବକଙ୍କ ସହ ଫାର୍ମର ମାଲିକ କଥା ହୋଇଥିଲେ । ହେଲେ ଦୁଇ ଜଣଙ୍କ ଭିତରୁ ଜଣେ ପୁଣି ରାତି ୧.୪୦ରେ ଫୋନ କରିଥିଲେ ମଧ୍ୟ ମାଲିକଙ୍କୁ ଫୋନ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ । ଆଜି ସକାଳୁ ଫୋନ କଲେ ମଧ୍ୟ କେହି ରିସିଭ୍ ନକରିବାରୁ ମାଲିକ ଆସି ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।