ଏସିଆ କପରେ ଦଳର ଉପ-ଅଧିନାୟକ ହେବେ ଯଶପ୍ରୀତ୍ ବୁମରା!

ଏସିଆ କପ ୨୦୨୩ ପାଇଁ ଟିମ୍ ଇଣ୍ଡିଆର ନୂଆ ଉପଅଧିନାୟକ ହୋଇପାରନ୍ତି ଯଶପ୍ରୀତ୍ ବୁମରା ।

୨୧ରେ ଚୟନ ବୈଠକ

ନୂଆଦିଲ୍ଲୀ: ଏସିଆ କପ ୨୦୨୩ ପାଇଁ ଟିମ୍ ଇଣ୍ଡିଆର ନୂଆ ଉପଅଧିନାୟକ ହୋଇପାରନ୍ତି ଯଶପ୍ରୀତ୍ ବୁମରା । ଅଧ୍ୟକ୍ଷ ଅଜିତ ଅଗରକରଙ୍କ ନେତୃତ୍ୱରେ ପୁରୁଷ ଚୟନ କମିଟି ସୋମବାର ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ଶ୍ରୀଲଙ୍କାରେ ହେବାକୁ ଥିବା ଏସିଆ କପ୍ ପାଇଁ ଭାରତ ଉପରେ ନିଷ୍ପତି ନିଆଯିବ । ଏହି ବୈଠକରେ ହେଡ୍ କୋଚ୍ ରାହୁଲ ଦ୍ରାବିଡ୍ ଓ ଅଧିନାୟକ ରୋହିତ ଶର୍ମା ଯୋଗଦେବେ । ରାହୁଲ ଫିଜିକାଲି ଉପସ୍ଥିତ ହେବେ କିନ୍ତୁ ରୋହିତ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେବେ । ସେହିଭଳି ଏସିଆ କପରେ ୧୫ ଜଣିଆ କି ୧୭ ଜଣିଆ ଦଳ ଖେଳିବେ ସେ ନେଇ ଏହି ବୈଠକରେ ନିଷ୍ପତି ନିଆଯିବ ।