ତାମିଲନାଡୁ ମନ୍ତ୍ରୀଙ୍କର ଦିନିକିଆ ଅନଶନ

ତାମିଲନାଡୁ ମନ୍ତ୍ରୀମାନେ ନିଟ୍ ପରୀକ୍ଷା ଉଚ୍ଛେଦ ଦାବିରେ ଦିନିକିଆ ଅନଶନ କରିଛନ୍ତି ।

ନିଟ୍ ପରୀକ୍ଷା ଉଚ୍ଛେଦ ଦାବିରେ ବିକ୍ଷୋଭ

ତାମିଲନାଡୁ: ତାମିଲନାଡୁର ଦ୍ରାବିଡ ମୁନେତ୍ରା କଜଗମ୍ ତଥା ଶାସକ ଦଳର ସମସ୍ତ ମନ୍ତ୍ରୀମାନେ ଆଜି ଦିନିକିଆ ଅନଶନ କରିଛନ୍ତି । ନିଟ୍ ପରୀକ୍ଷା ଉଚ୍ଛେଦ ଦାବିରେ ନେତାମାନେ ଅନଶନ କରିଛନ୍ତି । ପ୍ରଥମେ ରାଜ୍ୟରେ ଆତ୍ମହତ୍ୟା କରିଥିବା ନିଟ୍ ପରୀକ୍ଷାର୍ଥୀଙ୍କୁ ନେତାମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ତାମିଲନାଡୁ ମନ୍ତ୍ରୀ ତଥା ଡିଏମକେର ଯୁବ ଶାଖା ସଭାପତି ଉଦୟନାଥ ଷ୍ଟାଲିନଙ୍କ ନେତୃତ୍ୱରେ ଏହି ଅନଶନ କରାଯାଇଥିଲା । ଷ୍ଟାଲିନ ଗଣମାଧ୍ୟମକୁ କହିଛନ୍ତି, କେନ୍ଦ୍ରୀୟ ଯୋଗ୍ୟତା ପରୀକ୍ଷା ତଥା ନିଟ୍ ପରୀକ୍ଷାରୁ ତାମିଲନାଡୁକୁ ମୁକ୍ତି ନକରିବା ପର୍ଯ୍ୟନ୍ତ ଏହି ଅଟଶନ ଚାଲିବ । ରାଜ୍ୟରେ ଘଟୁଥିବା ଯୁବ ଆତ୍ମହତ୍ୟା ପାଇଁ କେନ୍ଦ୍ର ସରକାର ଦାୟୀ ।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ନିଟ୍ ପରୀକ୍ଷାଫଳ ବାହାରିବା ପରେ ଆବଶ୍ୟକ ମାର୍କ ନଥିବାରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ । ସେହିପରି ଏହାର ଗୋଟିଏ ଦିନ ପରେ ଆଉ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା । ଆଉ ପୁଅର ମୃତ୍ୟୁ ସହି ନ ପାରି ତାଙ୍କ ବାପା ମଧ୍ୟ ଆତ୍ମହତ୍ୟା କରିଥିଲେ ।