ଜୟ ହୋ ଇସ୍ରୋ!

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ଦ୍ୱାରା ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି ।

ବାଲୁକା କଳାରେ ଚନ୍ଦ୍ରୟାନ-୩କୁ ଶୁଭେଚ୍ଛା

ପୁରୀ: ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ମୋଡ୍ୟୁଲ (ଏଲଏମ)- ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ବୁଧବାର ୬ଟା ୪ ମିନିଟରେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣ କରିବ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ରଚିବାକୁ ଯାଉଛି ଇତିହାସ । ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ପରେ ଭାରତ ଯୋଡିବ ଆଉ ଏକ ଇତିହାସ । ଏ ନେଇ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ଦ୍ୱାରା ଇସ୍ରୋକୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ବାଲୁକା କଳାରେ ଚନ୍ଦ୍ରୟାନ-୩କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତୀୟ ପତାକା ଲଗାଇ ସଫଳ ଅବତରଣ କରୁଥିବାର ଚିତ୍ର ଦେଖାଇଛନ୍ତି । ଏହି କଳାକୃତିର ଉପର ଭାଗରେ ଜୟ ହୋ ଇସ୍ରୋ ଲେଖାଯାଇଥିବା ବେଳେ ତା ପାଖକୁ ତଳେ ଅଲ ଦି ବେଷ୍ଟ ଚନ୍ଦ୍ରୟାନ ଲେଖାଯାଇଛି ।
କେବଳ ଏତିକି ନୁହେଁ, ଚନ୍ଦ୍ରୟାନ-୩କୁ ନେଇ ସାରା ଭାରତବାସୀଙ୍କ ସହ ବିଶ୍ୱବାସୀ ମଧ୍ୟ ଉତ୍ସାହର ସହ ଚାହିଁ ରହିଛନ୍ତି । ଚନ୍ଦ୍ରୟାନ-୩ର ସଫଳ ଅବତରଣ ପାଇଁ ଦେଶ ବ୍ୟାପୀ କେହି କେହି ପୂଜାର୍ଚ୍ଚନା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଆମେରିକା, ଋଷିଆ ଓ ଚୀନ ପରେ ଭାରତ ବିଶ୍ୱର ତୃତୀୟ ଦେଶ ଭାବେ ଏହି ସଫଳତା ହାସଲ କରିବ, କିନ୍ତୁ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବାରେ ଭାରତ ବିଶ୍ୱର ଏକମାତ୍ର ଦେଶ ହେବ ।