ବର୍ଷକୁ ଦୁଇ ଥର ବୋର୍ଡ ପରୀକ୍ଷା

ନ୍ୟୁ କରିକୁଲମ ଫ୍ରେମୱାର୍କ ଅନୁଯାୟୀ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ।

ଦୁଇଟି ଭାଷାରେ ପଢିବା ବ।ଧ୍ୟତାମୂଳକ

ନୂଆଦିଲ୍ଲୀ: ଶିକ୍ଷା ବ୍ୟବସ୍ଥାରେ ହେଲା ବଡ ଧରଣର ପରିବର୍ତନ । ନୂଆ ଶିକ୍ଷାନୀତିରେ ପରିବର୍ତନ କରିଛି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ । ନ୍ୟୁ କରିକୁଲମ ଫ୍ରେମୱାର୍କ ଅନୁଯାୟୀ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଏ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୨୦୨୪ ଶିକ୍ଷାବର୍ଷ ପାଇଁ ଏହି ନିୟମ ଲାଗୁ ହୋଇ ପାଠ୍ୟପୁସ୍ତକ ବିକଶିତ କରାଯିବ । ଏବେଠାରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଦୁଇଟି ଭାଷା ପଢିବାକୁ ପଡିବ ଏବଂ ସେଥିମଧ୍ୟରୁ ଅତି କମରେ ଗୋଟିଏ ଭାରତୀତ ହେବା ଜରୁରୀ । ଛାତ୍ରଛାତ୍ରୀଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ଯଥେଷ୍ଟ ସମୟ ଓ ସୁଯୋଗ ଦେବା ପାଇଁ ବର୍ଷକୁ ଅତି କମରେ ଦୁଇଥର ବୋର୍ଡ ପରୀକ୍ଷା କରାଯିବ । ଏହାପରେ ଛାତ୍ରଛାତ୍ରୀମାନେ ସମାପ୍ତ କରିଥିବା ବିଷୟରେ ବୋର୍ଡ ପରୀକ୍ଷା ଦେଇପାରିବେ । ଅପଡେଟ ପାଠ୍ୟକ୍ରମ ଢାଂଚା ଅନୁଯାୟୀ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ବିଷୟ ଚୟନ କଳା, ବିଜ୍ଞାନ ଓ ବାଣିଜ୍ୟ ଭଳି ବିଭାଗରେ ସୀମିତ ରହିବ ନାହିଁ । ଠିକ ସମୟରେ ସ୍କୁଲ ବୋର୍ଡଗୁଡିକ ଅନ ଡିମାଣ୍ଡ ପରୀକ୍ଷା ଦେବା ପାଇଁ ଦକ୍ଷତା ବିକଶିତ କରିବେ । ବୋର୍ଡ ପରୀକ୍ଷା ଡେଭଲପର ଓ ମୂଲ୍ୟାଙ୍କନକାରୀଙ୍କ ବ୍ୟତୀତ ସେମାନଙ୍କୁ ଏହି କାର୍ଯ୍ୟ କରିବା ପୂର୍ବରୁ ବିଶ୍ୱବିଦ୍ୟାଳୟ ପ୍ରମାଣିତ ପାଠ୍ୟକ୍ରମ ମଧ୍ୟ ପଢିବାକୁ ପଡିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।