ବିପତି ନେଲା ୧୭ ଜୀବନ

ମିଜୋରାମରେ ଏକ ନିର୍ମାଣାଧିନ ରେଲୱେ ବ୍ରିଜ ଆଜି ଭୁଶୁଡି ପଡିଛି ।

ମିଜୋରାମରେ ବଡ ଧରଣର ଦୁର୍ଘଟଣା

ଜିମ୍ବାୱେ: ମିଜୋରାମର ସାଇରାଙ୍ଗ ଅଂଚଳରେ ଏକ ନିର୍ମାଣାଧିନ ରେଲୱେ ବ୍ରିଜ ଆଜି ଭୁଶୁଡି ପଡିଛି । ଯାହାଫଳରେ ୧୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏହି ରେଲୱେ ବ୍ରିଜ ନିର୍ମାଣରେ ପ୍ରାୟ ୩୫-୪୦ ଶ୍ରମିକ କାମ କରୁଥିଲେ । ଏଯାବତ୍ ୧୭ ଜଣ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ସେହି ଭିତରେ ଫଶି ରହିଛନ୍ତି । ନିଖୋଜ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଏନଡିଆରଏଫ ଟିମ୍ ପ୍ରୟାସ ଚଳାଇଛନ୍ତି । ଏହି ଘଟଣା ପରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଏହି ଦୁଃଖଦ ଘଟଣାରେ ଗଭୀର ଦୁଃଖିତ ଓ ମର୍ମାହତ । ମୁ ସମସ୍ତ ଶୋକସନ୍ତପ୍‌ତ ପରିବାରବର୍ଗଙ୍କୁ ବଘୀର ସମବେଦନା ଜଣାଉଛି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କୃତଜ୍ଞତା ଜଣାଉଛି । ଏନ ଏଫ ରେଳବାଇର ସିପିଆରଓ ସବ୍ୟସାଚୀ ଦେ ସୂଚନା ଦେଇଛନ୍ତି ଯେ, ରେଳବାଇ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚିଛନ୍ତି ଏବଂ ଉତର-ପୂର୍ବ ସୀମାନ୍ତ ରେଳପଥର ବରିଷ୍ଠ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିବେ ।