ବିଦ୍ୟୁତ ଆଘାତରେ ଦୁଇଜଣ ଅଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ବ୍ୟାସସରୋବରପୀଠରେ ବିଦ୍ୟୁତ ଆଘାତରେ ଦୁଇ ଜଣ ଅଣ ଓଡ଼ିଆ ଶ୍ରମିକଙ୍କ ମୃତ ଘଟିଛି

ମୃତ ଶ୍ରମିକ ପଶ୍ଚିମବଙ୍ଗ ରାଜ୍ୟର

ବ୍ୟାସନଗର  ତା 25/08 ( ଦର୍ଶନ ନିୟୁଜ ) ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ ଅନ୍ତର୍ଗତ ବ୍ୟାସସରୋବରପୀଠରେ ବିଦ୍ୟୁତ ଆଘାତରେ ଦୁଇ ଜଣ ଅଣ ଓଡ଼ିଆ ଶ୍ରମିକଙ୍କ ମୃତ ଘଟିଛି !ସୂଚନା ଅନୁଯାଇ ଯାଜପୁର ରୋଡ଼ ଥାନା ବ୍ୟାସସରୋବର ପୀଠରେ ପ୍ରକଳ୍ପ କାର୍ଯ୍ଯ ଚାଲିଥିବା ବେଳେ ଘଟିଛି ଏକ ବଡ ଅଘଟଣ। ଫେବ୍ରିକେସନ୍ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ଏକାବେଳକେ ୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣା ପଡିଛି । ମୃତ ଶ୍ରମିକ ଦୁଇଜଣ ଘର ପଶ୍ଚିମବଙ୍ଗ ରାଜ୍ୟ ମାଲଦା ଥାନା ଅଞ୍ଚଳ ହୋଇ ଥିବା ବେଳେ ସେମାନଙ୍କ ନାମ  ଇନ୍ଦ୍ରଜିତ୍ ମଣ୍ଡଳ ଓ ରେଜାବୁଲ ଶେଖ୍ ବୋଲି ଜଣାପଡୁଛି। କ୍ରିଷ୍ଣା  ବିଲଡର ସଂସ୍ଥା ଅଧିନରେ ଏହି ଶ୍ରମିକମାନେ କାର୍ଯ୍ୟ କରୂଥିଲେ। କଟର ମେସିନ ସହାୟତାରେ ଲୁହାଛଡ କାଟୁଥିବା ସମୟରେ ଏହି ଅଘଟଣ ଘଟିଥିବା  ଜଣା ପଡିଛି । ଆହତଙ୍କୁ ତୁରନ୍ତ  ଯାଜପୁର ରୋଡ ଡାକ୍ତରଖାନାକୁ ନିଆ ଯାଇଥିଲେ ବେଳେ  ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଅନୁଯାଇ ଦୀର୍ଘ ଦୁଇ ବର୍ଷ ହେବ ଏହି ପ୍ରକଳ୍ପ କାମ 64 କୋଟି ଟଙ୍କା ର କ୍ରିଷ୍ଣା ବିଲଡର କରି ଆସୁଛି । ଏତେବଡ଼ ପ୍ରକଳ୍ପ କାମରେ ଶ୍ରମିକ ମାନଙ୍କ ସୁରକ୍ଷା ଲାଗି କୌଣସି ସେଫଟି ଵେବସ୍ଥା ନାହିଁ । ମୃତ  ଶ୍ରମକ ମାନେ ଜୋତା କି ହେଲମେଣ୍ଟ କିଛି ପିନ୍ଧି ନଥିଲେ କେବଳ ସ୍ପଞ୍ଜ ଚପଲ ପିନ୍ଧି ରଡ଼ କଟା ବଡ ଯନ୍ତ୍ର ର ଚଳାଇ ଥିଲେ । ସେଠାରେ ଉପସ୍ଥିତ ସିକୁରିଟି ଗାଡ଼ କହନ୍ତି ମୋ ଆଖି ଆଗରେ ଦୁଇ ଜଣ କୁ ବିଦୂତ ଆଘାତ ଲାଗିଲା ଓ ଦୁଇ ଜଣକୁ ଚିଛାଡି ହୋଇ ପଡିଲେ ।

ସହରରେ ଜନସାଧାରଣଙ୍କ ମଧ୍ୟ୍ୟରେ ଆଲୋଚନା ଜୋର ଧରିଛି ଗତ 20 ତାରିଖ ରେ ଯାଜପୁର ରୋଡ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅଣ ଓଡ଼ିଆ ଶ୍ରମିକ ପଶ୍ଚିମବଙ୍ଗ ର ବିଦୂତ ଆଘାତ ରେ ମୃତ୍ୟୁ ବରଣ କରିଥିବା ବେଳେ ଆଜି ଦୁଇ ଜଣ ପଶ୍ଚିମବଙ୍ଗ ଅଞ୍ଚଳ ର ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି ଏଥିପାଇଁ ଦାଈ କିଏ ଯଦି ପ୍ରଶାସନ ର ବଡ ପଣ୍ଡା ମାନେ କଣ୍ଟ୍ରାକ୍ଟର ମାନକ କାମ ରୀତି ମତ ଭାବେ ତଦାରଖକ କରୁଥାନ୍ତେ ତେବେ ଏଭଳି ଭାବେ ତିନି ଜଣ  ମରିନ ଥାନ୍ତେ ।