ବିଶ୍ୱ ଚାମ୍ପିୟନଶିପ ଫାଇନାଲରେ ନୀରଜ

ବିଶ୍ୱ ଚାମ୍ପିୟନଶିପରେ ଜାଭେଲିନ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଓଡିଆ ଆଥଲେଟ କିଶୋର କୁମାର ଜେନା ।

ନୀରଜ ଓ ମନୁଙ୍କ ସହ ଜାଭେଲିନ ଫାଇନାଲରେ ସାମିଲ

ନୂଆଦିଲ୍ଲୀ: ବୁଦାପେଷ୍ଟରେ ଚାଲିଛି ୱାର୍ଲ୍ଡ ଆତଲେଟିକ୍ସ ଚାମ୍ପିୟନଶିପ୍ । ଏହି ଚାମ୍ପିୟନଶିପରେ ଜାଭେଲିନ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଓଡିଆ ଆଥଲେଟ କିଶୋର କୁମାର ଜେନା । ଅଗଷ୍ଟ ୨୭ରେ ହେବାକୁ ଥିବା ୧୨ ଜଣିଆ ଫାଇନାଲରେ ଜାଭେଲିନ ଥ୍ରୋରେ ନୀରଜ ଚୋପ୍ରା ଓ ଡିପି ମନୁଙ୍କ ସହ ସାମିଲ ହେବେ କିଶୋର । ଗୁରୁବାର ଯୋଗ୍ୟତା ପର୍ଯ୍ୟାୟର ଗ୍ରୁପ-ବିରେ ଥିବା କିଶୋର ୮୦.୫୫ ମିଟର ଥ୍ରୋ ସହ ପଂଚମ ସ୍ଥାନରେ ରହିଥିଲେ । ପାକିସ୍ତାନର ଅରଶଦ ନଦୀମ ୮୬.୭୯ ମିଟର ଦୂରତାକୁ ସ୍ପିଅର ପଠାଇ ଗ୍ରୁପ-ବିର ଶୀର୍ଷରେ ରହିଛନ୍ତି । ନୀରଜ ଓ ମନୁ ପୂର୍ବରୁ ଗ୍ରୁପ ଏ ଯୋଗ୍ୟତା ପର୍ଯ୍ୟାୟରୁ ପଦକ ରାଉଣ୍ଡରେ ପ୍ରବେଶ କରିଥିଲେ । ପ୍ରଥମ ଥର ପାଇଁ ଏହି ତିନି ଭାରତୀୟ ବିଶ୍ୱ ଚାମ୍ପିୟନଶିପରେ କୌଣସି ଇଭେଂଟର ଫାଇନାଲରେ ପ୍ରବେଶ କରିଛନ୍ତି ।