ରୂପାନ୍ତରିତ ହେବ ୧୦୧୦ ବସ୍ତି

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଆଦର୍ଶ କଲୋନୀର ଶୁଭାରମ୍ଭ କରିବେ।

ବିଜୁ ଆଦର୍ଶ କଲୋନୀର ଶୁଭାରମ୍ଭ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଆଦର୍ଶ କଲୋନୀର ଶୁଭାରମ୍ଭ କରିବେ। ସହରୀ ଗରୀବ ବାସିନ୍ଦାଙ୍କୁ ଘର ଯୋଗାଇଦେବା ଲକ୍ଷ୍ୟରେ ଆଜି ବିଜୁ ଆଦର୍ଶ କଲୋନୀର ଶୁଭାରମ୍ଭ କରାଯିବ। ୧୦୧୦ ବସ୍ତିକୁ ରୂପାନ୍ତରିତ କରାଯିବ। ଏହି ଯୋଜନାରେ ଲୋକଙ୍କୁ ମୌଳିକ ଭିତ୍ତିଭୂମି ଯୋଗାଇ ଦିଆଯିବ। ବିଜୁ ଆଦର୍ଶ କଲୋନୀରେ ପେଭଲ ରାସ୍ତା, ଡ୍ରେନେଜ, ପାଇପ ଯୋଗେ ପାନୀୟ ଜଳ ଯୋଗାଣ କରାଯିବା ସହ ଉତ୍ତମ ପରିମଳ, ବିଦ୍ୟୁତ ସଂଯୋଗୀକରଣ ଓ ରାସ୍ତାର ଆଲୋକୀକରଣ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯିବ। ଛୋଟ ପିଲାମାନଙ୍କ ମନୋରଞ୍ଜନ ପାଇଁ ପାର୍କ ଭଳି ଖେଳିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଏହା ଦ୍ୱାରା ସହରର ବସ୍ତି ବାସିନ୍ଦାମାନେ ସମ୍ମୁଖୀନ ହେଉଥିବା ନାହିଁ ନଥିବା ଅସୁବିଧାର ସମାଧାନ ହୋଇପାରିବ ବୋଲି ଆଶା କରାଯାଉଛି।