ସ୍ପେଶାଲ କ୍ଲାସ ଠିକାଦାର ଗିରଫ

ସ୍ପେଶାଲ କ୍ଲାସ୍ ଠିକାଦାର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ସହଯୋଗୀ ଦୀପକ କୁମାର ଅଗ୍ରୱାଲଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି।

ସରକାରୀ ଅର୍ଥ ହଡପ

ବଲାଙ୍ଗୀର: ସ୍ପେଶାଲ କ୍ଲାସ୍ ଠିକାଦାର ବିଜୟ କୁମାର ଅଗ୍ରୱାଲ ଓ ତାଙ୍କ ସହଯୋଗୀ ଦୀପକ କୁମାର ଅଗ୍ରୱାଲଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ସୋନପୁର ଜିଲ୍ଲାରେ ଅନୁସୂଚିତ ଜାତି (ଏସସି) ଛାତ୍ରଛାତ୍ରୀଙ୍କ ପାଇଁ ୪ଟି ୧୦୦ ସିଟ୍ ବିଶିଷ୍ଟ ହଷ୍ଟେଲ ନିର୍ମାଣରେ ସରକାରୀ ପାଣ୍ଠିର ଅପବ୍ୟବହାର ହୋଇଥିବା ଅଭିଯୋଗ ହେବା ପରେ ଦୁହେଁ ଭିଜିଲାନ୍ସ ସ୍କାନରରେ ଥିଲେ।

ସୂଚନାନୁଯାୟୀ, ବିଜୟ କୁମାର ଅଗ୍ରଓ୍ଵାଲ ନାମକ ଜଣେ କ୍ଲାସ୍ କଣ୍ଟ୍ରାକ୍ଟର, ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ହୋଲ୍ଡର ଶ୍ରୀ ଦୀପକ କୁମାର ଅଗ୍ରୱାଲଙ୍କ ନାମରେ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ତଦନ୍ତ ଆରମ୍ଭ ହେବା ପରଠାରୁ ଦୁହେଁ ବଲାଙ୍ଗୀରସ୍ଥିତ ନିଜ ବାସଭବନରୁ ଫେରାର ଥିଲେ। ରାଉରକେଲାରୁ ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ସେମାନଙ୍କୁ ଗିରଫ କରି ଏବେ କଟକ ଭିଜିଲାନ୍ସ ସେଲ୍ ଡିଭିଜନ୍ କାର୍ଯ୍ୟାଳୟରେ ପଚରାଉଚରା କରୁଛି।