ମରଣକୁ ନିମନ୍ତ୍ରଣ କରୁଛି କଣ୍ଟାମାଳ ଠାରୁ ବୋରିଗୁମ୍ମା ରାସ୍ତା

ଗୋଲାମୁଣ୍ଡା ବ୍ଲକ କୁହୂରା ପଞ୍ଚାୟତ ଅଧିନସ୍ତ କଣ୍ଟାମାଳଠାରୁ ବୋରିଗୁମ୍ମା ପଡାର ରାସ୍ତା ମରଣ ଯନ୍ତା ପାଲଟିଛି।

୨୫ ବର୍ଷ ହେଲାଣି ସମାନାବସ୍ଥା

ଗୋଳାମୁଣ୍ଡା (ଦର୍ଶନ ନ୍ୟୁଜ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁହୂରା ପଞ୍ଚାୟତ ଅଧିନସ୍ତ କଣ୍ଟାମାଳ ଠାରୁ ବୋରିଗୁମ୍ମା ପଡାର ରାସ୍ତା ମରଣ ଯନ୍ତା ପାଲଟିଛି । ବର୍ଷାଋତୁରେ ଏହି ପଡାକୁ ଯିବା ଆସିବାରେ ବହୁ ସମସ୍ୟା ଦେଇ ଗତି କରୁଥିବା ବେଳେ ଛାତ୍ରଛାତ୍ରୀ କଣ୍ଟାମାଲ ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇ ଅନେକ ଯନ୍ତ୍ରଣା ଭୋଗୁଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଲୋକେ କହିବାନୁଯାଇ ଦୀର୍ଘ ୨୫ ବର୍ଷପୂର୍ବେ ଯେମିତି ଥିଲା ବର୍ତ୍ତମାନ ବି ସେହି ଅବସ୍ଥାରେ ଅଛି କୌଣସି ଉନ୍ନତି ହୋଇ ନ ଥିବା କହିଛନ୍ତି । ସରକାର ରାସ୍ତାଘାଟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏହି ପଡାର ରାସ୍ତାପ୍ରତି ଯେଉଁ ଅଣଦେଖା କରାଯାଉଛି ବୋରିଗୁମା ପଡ଼ାବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଏହି ରାସ୍ତା ଦେଇ ପ୍ରତିଦିନ ଟ୍ରାକ୍ଟରରେ ଉଦନ୍ତୀ ନଦୀରୁ ବାଲି ଚାଲାଣ ହେଉଥିବାରୁ ରାସ୍ତା ଗୁଡିକ ଖାଲଢିପ ଦେଖାଯାଉଛି । ଏ ନେଇ ପୂର୍ବରୁ ଅନେକ ଥର ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ସୁଧାର ଆସି ପାରିନାହିଁ । ଏ ଉପରେ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା କାମ କରିବାକୁ ପଡ଼ାବାସୀ ପକ୍ଷରୁ ଦାବି ହେଉଛି ।