ମାଲକାନଗିରି ଗସ୍ତରେ ବିଶେଷଜ୍ଞ ଡାକ୍ତରୀ ଦଳ

ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନାରେ ରୋଗୀଙ୍କୁ ସୁପର ସ୍ପେଶାଲିଷ୍ଟ ଚିକିତ୍ସା ଯୋଗାଇବା ପାଇଁ ଏକ ଡାକ୍ତରୀ ଦଳ ମାଲକାନଗିରି ଯିବେ।

ଯୋଗାଇବେ ସୁପର ସ୍ପେଶାଲିଷ୍ଟ ଚିକିତ୍ସା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ବାୟୁସେବା ଯୋଜନାରେ ରୋଗୀଙ୍କୁ ସୁପର ସ୍ପେଶାଲିଷ୍ଟ ଚିକିତ୍ସା ଯୋଗାଇ ଦେବା ପାଇଁ ଭୁବନେଶ୍ୱରରୁ ମାଲକାନଗିରି ଜିଲ୍ଲାକୁ ଯାଉଛନ୍ତି ଡାକ୍ତରଙ୍କ ଏକ ବିଶେଷଜ୍ଞ ଦଳ।

ତାଲିକାଭୁକ୍ତ ରୋଗୀଙ୍କ ଆବଶ୍ୟକତା ଅନୁଯାୟୀ ୫ଟି ଭିନ୍ନ ଭିନ୍ନ କ୍ଲିନିକାଲ ବିଭାଗର ୫ ଜଣ ବରିଷ୍ଠ ବିଶେଷଜ୍ଞଙ୍କୁ ନେଇ ଏହି ଟିମ୍ ଗଠିତ ହୋଇଛି। ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ରୋଗୀଙ୍କ ସେବା ଓ ଚିକିତ୍ସା କରିବେ।

ଡାକ୍ତରୀ ଦଳରେ ନେଫ୍ରୋଲୋଜିଷ୍ଟ ଡାକ୍ତର ଏ ଜେନା, ହୃଦରୋଗ ବିଶେଷଜ୍ଞ ଡାକ୍ତର ବିକେ ଦାସ; ଅସ୍ତ୍ରୋପଚାର ବିଶେଷଜ୍ଞ ଡାକ୍ତର ଏସ୍ ସେଠୀ; ରେଡିଓଲୋଜିଷ୍ଟ ଡାକ୍ତର ଏସ୍ ରଣା; ଏବଂ ଆନେସ୍ଥେସିଓଲୋଜିଷ୍ଟ ଡାକ୍ତର ସି ପ୍ରଧାନ ପ୍ରମୁଖ ରହିଛନ୍ତି।