ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ

ସୋମବାର ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ଝଗଡ଼ା ଯୋଗୁଁ ଗତକାଲିଠାରୁ ଦୈନନ୍ଦିନ ରୀତିନୀତି ବନ୍ଦ ରହିଛି।

ଦୈନନ୍ଦିନ ରୀତିନୀତିକୁ ନେଇ ବିବାଦ

ଭୁବନେଶ୍ବର: ସୋମବାର ଲିଙ୍ଗରାଜ ମନ୍ଦିରରେ ସେବାୟତଙ୍କ ଝଗଡ଼ା ଯୋଗୁଁ ଗତକାଲିଠାରୁ ଦୈନନ୍ଦିନ ରୀତିନୀତି ବନ୍ଦ ରହିଛି। ଗତକାଲିଠାରୁ ବଡ଼ସିଂହାର ରୀତିନୀତି ପରେ ଅନ୍ୟ ସମସ୍ତ ରୀତିନୀତି ବନ୍ଦ ରହିଛି। ଏହାକୁ ନେଇ ଭକ୍ତମାନେ ଚିନ୍ତା ପ୍ରକଟ କରିଛନ୍ତି।

ଭୁବନେଶ୍ୱରରେ ମହାପ୍ରଭୁ ଲିଙ୍ଗରାଜଙ୍କ ପଇତା ଲାଗି ରୀତିନୀତିକୁ ନେଇ ଏହି ବିବାଦ ଉପୁଜିଥିବା ଜଣାପଡିଛି। ଗତକାଲିଠାରୁ ଲିଙ୍ଗରାଜ ମନ୍ଦିରର ଦୁଇ ସେବାୟତଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ଦୁଇ ଗୋଷ୍ଠୀ ହେଲେ ପୂଜା ପଣ୍ଡା ଓ ବଡ଼ୁ ନିଯୋଗ। ‘ପଇତା ଲାଗି’ ରୀତିନୀତିକୁ ନେଇ ବିବାଦ ଉପୁଜିଥିବା ବେଳେ ଏହାକୁ ନେଇ ପୂଜା ବନ୍ଦ କରି ଦିଆଯାଇଛି। ରୀତିନୀତିକୁ ଅଣଦେଖା କରାଯାଉଥିବାରୁ ଚାରିଆଡ଼େ ଅସନ୍ତୋଷ ଦେଖିବାକୁ ମିଳିଛି।