ବିଶ୍ୱକପ୍‌ କ୍ରିକେଟ ପାଇଁ ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ

ବିଶ୍ୱକପ୍‌ କ୍ରିକେଟ-୨୦୨୩ରେ ହେବାକୁ ଥିବା ୩ଟି ମ୍ୟାଚ୍‌ ପାଇଁ ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି।

ଅନଲାଇନରେ ବିକ୍ରି ଟିକେଟ

ନୂଆଦିଲ୍ଲୀ: ୱାନ ଡେ ଇଣ୍ଟରନ୍ୟାସନାଲ ବିଶ୍ୱକପ୍‌ କ୍ରିକେଟ-୨୦୨୩ରେ ହେବାକୁ ଥିବା ୩ଟି ମ୍ୟାଚ୍‌ ପାଇଁ ଆଜିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଚେନ୍ନାଇ, ଦିଲ୍ଲୀ, ପୁଣେରେ ଭାରତର ମ୍ୟାଚ୍‌ ପାଇଁ ଆଜିଠୁ ଟିକେଟ୍‌ ବିକ୍ରି ହୋଇଛି। ସେପ୍ଟେମ୍ବର ୧୫ରେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ହେଉଛି। ତିନି ମ୍ୟାଚର ଟିକେଟ୍‌ ଅନ୍‌ଲାଇନରେ ବିକ୍ରି ହେବ ବୋଲି ଆଇସିସି ସୂଚନା ଦେଇଛି।
ସେପ୍ଟେମ୍ବର ୧,୨ଓ ୩ରେ ଭାରତର ଅନ୍ୟ ମ୍ୟାଚ୍‌ର ଟିକେଟ ଅନଲାଇନରେ ମିଳିବ। ଅକ୍ଟୋବର ୫ରୁ ଆରମ୍ଭ ହୋଇ ନଭେମ୍ବର ୧୯ରେ ବିଶ୍ୱକପ୍‌ ସରିବ।