ଭବିଷ୍ୟତ ଗଢିବାରେ ଶିକ୍ଷକଙ୍କ ପ୍ରମୁଖ ଭୂମିକା: ପ୍ରଧାନମନ୍ତ୍ରୀ

ଗୁରୁ ଦିବସ ଅବସରରେ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପବିତ୍ର ଗୁରୁ ଦିବସରେ ମୋଦିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୫/୯: ପବିତ୍ର ଗୁରୁ ଦିବସ ଅବସରରେ ଶିକ୍ଷକ ମହଲକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ତାଙ୍କ ଏକସ୍ ହ୍ୟାଣ୍ଡେଲରେ ଲେଖିଛନ୍ତି, ‘‘ ଆମ ଭବିଷ୍ୟତ ଗଢିବା ଓ ସ୍ୱପ୍ନକୁ ପ୍ରେରଣା ଦେବାରେ ଶିକ୍ଷକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଶିକ୍ଷକ ଦିବସ ଅବସରରେ ଆମେ ସେମାନଙ୍କୁ ସେମାନଙ୍କର ଅତୁଟ ସମର୍ପଣଏବଂ ମହାନ ପ୍ରଭାବ ପାଇଁ ଅଭିନନ୍ଦନ ଜଣାଉଛୁ । ଡକ୍ଟର ଏସ ରାଧାକ୍ରିଷ୍ଣନଙ୍କ ଜୟନ୍ତୀରେ ତାଙ୍କୁ ଅଶେଷ ଶ୍ରଦ୍ଧାଞ୍ଜଳୀ ।’’ ଏହି ପୋଷ୍ଟ ସହିତ ପ୍ରଧାନମନ୍ତ୍ରୀ ଗୁରୁ ଦିବସ ଅବସରରେ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ସରକାରୀ ବାସଭବନରେ ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କ ସହ ଏକ ବାର୍ତାଳପର ଭିଡିଓ ସେୟାର କରିଛନ୍ତି ।