ବଜ୍ରପାତଜନିତ ମୃତ୍ୟୁ ରୋକିବାକୁ ତାଳଗଛ ଲଗାଇବାକୁ ପରାମର୍ଶ

ବଜ୍ରପାତଜନିତ ମୃତ୍ୟୁ ରୋକିବାକୁ ତାଳଗଛ ଲଗାଇବାକୁ ଏସଆରସି ବନବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି

ବନବିଭାଗ ସହ ଏସଆରସିଙ୍କ ବୈଠକ

ଭୁବନେଶ୍ୱର: ଗତ କିଛି ଦିନ ମଧ୍ୟରେ ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବିପଜ୍ଜନକ ଭାବେ ବୃଦ୍ଧି ପାଉଛି। ଯାହାଫଳରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ବନ ବିଭାଗ ସହ ଆଲୋଚନା କରିଛନ୍ତି। ବଜ୍ରପାତ ପ୍ରଶମନ ପଦକ୍ଷେପ ସ୍ୱରୂପ ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ଜିଲ୍ଲାରେ ବ୍ୟାପକ ତାଳ ବୃକ୍ଷରୋପଣ କରିବାକୁ ବନ ବିଭାଗ ଏବଂ କୃଷି ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।