ସେପ୍ଟେମ୍ବର ୧୧ରୁ ମିଶନ ଇନ୍ଦ୍ରଧନୁ ଡ୍ରାଇଭ

ସେପ୍ଟେମ୍ବର ୧୧ରୁ ମିଶନ ଇନ୍ଦ୍ରଧନୁ ୫.୦ ଡ୍ରାଇଭ ଆରମ୍ଭ ହେବାକୁ ଯାଉଛି ।

୩ଟି ରାଉଣ୍ଡରେ ଟିକାକରଣ ଲକ୍ଷ୍ୟ

ନୂଆଦିଲ୍ଲୀ,୮/୯: ସେପ୍ଟେମ୍ବର ୧୧ରୁ ସ୍ୱତନ୍ତ୍ର ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ମିଶନ ଇନ୍ଦ୍ରଧନୁ ୫.୦ ଡ୍ରାଇଭ ଆରମ୍ଭ ହେବାକୁ ଯାଉଛି । ୫ ବର୍ଷରୁ କମ ଓ ଗର୍ଭବତୀଙ୍କୁ ଟିକାକରଣ କରିବା ପାଇଁ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ । ଯେଉଁ ଶିଶୁ ଓ ଗର୍ଭବତୀ ମହିଳାମାନେ କୌଣସି ଟିକାର ଉପଯୁକ୍ତ ଡୋଜରୁ ବଂଚିତ ହୋଇଛନ୍ତି, ସେମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ଡୋଜ ଦେବା ପାଇଁ ଏହି ଅଭିଯାନ ଚାଲିଛି । ଏହି ମିଶନରେ ସପ୍ତାହକୁ ୬ ଦିନ ଟିକା ଦିଆଯିବ । ପ୍ରଥମ ରାଉଣ୍ଡ ଆସନ୍ତା ୧୧ରୁ ୧୬ ତାରିଖ, ଦ୍ୱିତୀୟ ରାଉଣ୍ଡ ଅକ୍ଟୋବର ୯ରୁ ୧୪ ଯାଏଁ ଚାଲିବ ଏବଂ ତୃତୀୟ ରାଉଣ୍ଡ ଟିକାକରଣ ନଭେମ୍ବର ୬ରୁ ୧୧ ଯାଏଁ ଚାଲିବ ।