“ରୋଟାରୀ କ୍ଲବ କଳିଙ୍ଗନଗର”ର ୧୦ମ ଅଧିଷ୍ଠାନ ଉତ୍ସବ

ରୋଟାରୀ କ୍ଲବ କଳିଙ୍ଗନଗର’ର ୧୦ମ ଅଧିଷ୍ଠାନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି।

ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

ବ୍ୟାସନଗର, 0୮/0୯: ‘ରୋଟାରୀ କ୍ଲବ କଳିଙ୍ଗନଗର’ର ୧୦ମ ଅଧିଷ୍ଠାନ ଉତ୍ସବ ଆଜି ଆଜି ଶୁକ୍ରବାର ସନ୍ଧ୍ୟାରେ ‘ହୋଟେଲ ଯଯାତି କୋର୍ଟୟାର୍ଡ଼ ଠାରେ କ୍ଲବର ୨୦୨୨-୨୩ର ସଭାପତି ରୋଟାରୀଆନ ଶିବାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଡି.ଜି.ଏନ ମନୋଜ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଓ ଏ.ଜି ଅକ୍ଷୟ କୁମାର ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଡ଼ଃ. ଦେବସ୍ମିତା ସାହୁ ଅତିଥି ମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ । ରୋଟାରିଆନ ମନୋଜ କୁମାର ବାରିକ ୨୦୨୨-୨୩ ବର୍ଷର ବାର୍ଷିକ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ । ରୋଟାରୀଆନ ପ୍ରଶାନ୍ତ କୁମାର ପରିଡା ଙ୍କୁ ୨୦୨୩-୨୪ ବର୍ଷର ସଭାପତି ଭାବେ ଦାୟିତ୍ୱଭାର ଅର୍ପଣ ପୂର୍ବକ ଶପଥପାଠ କରାଯିବା ସହ ନୂତନ ସଭାପତି ରୋଟାରିଆନ ଶ୍ରୀ ପରିଡାଙ୍କୁ ପୁଷ୍ପଗୁଚ୍ଛ ନେଇ ଉତ୍ସସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ୨୩-୨୪ବର୍ଷ ପାଇଁ ନୂତନ ସଂପାଦକ ଭାବେ ରୋଟାରୀଆନ ମନୋଜ କୁମାର ବାରିକଙ୍କୁ ଦାୟିତ୍ୱଭାର ଅର୍ପଣ କରାଯାଇଥିଲା । ୦୧ଜଣ ନୂତନ ସଭ୍ୟଙ୍କୁ କ୍ଲବରେ ସାମିଲ କରି ସମ୍ବର୍ଦ୍ଧନା ଦିଆଯାଇଥିଲା । ନୂତନ ସଭ୍ୟ ହେଲେ ରୋଟାରୀଆନ ବିଜୟ କୁମାର ଶତପଥୀ ଓ କୋରେଇ ନିର୍ବାଚନ ମଣ୍ଡଳୀର ଚଳିତ ବର୍ଷ ଓଡିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହୋଇଥିବା ସୁଚେତା ମିଶ୍ର,ଦେବବ୍ରତ ପାଢ଼ୀ, ଦେବାଶିଷ ଆଚାର୍ଯ୍ୟ ଓ ସମାଜସେବୀ ଜିତେନ୍ଦ୍ର ରାଉତ, ମନୋଜ ପରିଡା, ବିଶିଷ୍ଟ ବ୍ୟବସାୟୀ ତନ୍ମୟ ପୃଷ୍ଟି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |ଆମ କ୍ଲବର ରୋଟାରିଆନ ମହେନ୍ଦ୍ର ପଣ୍ଡାଙ୍କର ସାନ ଝିଅ ରୋଶନୀ ପଣ୍ଡା ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ | ଏ.ଜି ରୋଟାରିଆନ ଅକ୍ଷୟ ପରିଡା , ମୁଖ୍ୟ ଅତିଥି ଡି.ଜି.ଏନ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଅତିଥି ଓ ପ୍ରାକ୍ତନ ସଭାପତି ମାନଙ୍କୁ ମଂଚରେ ଉପଢକନ ଓ ଫୁଲତୋଡ଼ା ସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସରଜେଂଟ ରୋଟାରିଆନ ସଞ୍ଜୟ ମିଶ୍ର ଉପସ୍ଥାନ ତଥ୍ୟ ପ୍ରଦାନ କରିଥିଲେ । ରୋଟାରିଆନ କାମଳଲୋଚନ ସାହୁ ଧନ୍ୟବାଦ ଅର୍ପଣ କରିବା ପରେ ନୁତନ ସଭାପତି ରୋଟାରିଆନ ପ୍ରଶାନ୍ତ ପରିଡା ସଭାକୁ ଭଂଗ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବହୁ କ୍ଲବର କର୍ମକର୍ତ୍ତା ବ୍ୟକ୍ତିବିଶେଷ, ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ | ରୋଟାରୀଆନ ସୁଦୀପ କୁମାର ମିଶ୍ର, ଅକ୍ଷୟ କୁମାର ପତି, ଲୋକନାଥ ରାଉତ, ମହେନ୍ଦ୍ର ପଣ୍ଡା, ପ୍ରଶାନ୍ତ ବିଶ୍ୱାଳ, ପରମେଶ୍ୱର ଦାସ, ଦୀନେଶ ସାହୁ, ସୁଶାନ୍ତ ବରାଳ, ସୁଶାନ୍ତ ଶେଖର ଜେନା, ରାମଚନ୍ଦ୍ର ସେନାପତି, ଅଚ୍ୟୁତାନନ୍ଦ ମହାନ୍ତି, ସୂର୍ଯ୍ୟକାନ୍ତ ବିଶ୍ୱାଳ , ଦେବକଲ୍ୟାଣ ଦାସ, ସତ୍ୟଜିତ ରାଉତରାୟ, କୈଳାସ ଚନ୍ଦ୍ର ସାହୁ, ଯୁଧିଷ୍ଠିର ତରାଇ, ଜୟନ୍ତ ଦାଶ, ସଂଜୟ ବୋଇତାଇ, ଚିନ୍ମୟ କୁମାର ପୃଷ୍ଟି, ଅରୁଣ କୁମାର ବେହେରା, ଗୋପୀନାଥ ସାହୁଓ ସମସ୍ତ ପରିବାର ଯୋଗଦାନ କରିଥିଲେ।