ପୂର୍ବତନ ସରପଞ୍ଚ ତଥା ସମାଜସେବୀ ରଘୁନାଥ ଚୌଧୁରୀଙ୍କ ପରଲୋକ

ରାୟଗଡା ଜିଲ୍ଲା ପଦ୍ମପୁର ଗ୍ରାମର ମାର୍କମା ସାହିର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ରଘୁନାଥ ଚୌଧୁରୀଙ୍କ ପରଲୋକ ଗମନ ଘଟିଛି ।

ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି

ପଦ୍ମପୁର – ରାୟଗଡା ଜିଲ୍ଲା ପଦ୍ମପୁର ଗ୍ରାମର ମାର୍କମା ସାହିର ପୂର୍ବତନ ସରପଞ୍ଚ ତଥା ସମାଜସେବୀ ରଘୁନାଥ ଚୌଧୁରୀଙ୍କ ପରଲୋକ ଗମନ ଘଟିଛି । ମୃତ୍ୟୁ ବେଳକୁ ୭୩ ବର୍ଷ ହୋଇଥିଲା । ସେ କିଛି ଦିନ ଧରି କର୍କଟ ରୋଗରେ ପୀଡିତ ହୋଇ ଘରେ ଚିକିତ୍ସା ହୋଇ ଶଯ୍ୟାଶାୟୀ ଥିଲେ ।୧୯୭୭ ମସିହାରେ ଜନତା ଦଳର ଗୁଣପୁର ନିର୍ବାଚନ ମଣ୍ଡଳୀର ସଭାପତି ଥିଲେ । ପଦ୍ମପୁର ଗ୍ରାମ ପଞ୍ଚାୟତର ସରପଞ୍ଚ  ତତପରେ ସମିତି ସଭ୍ୟ ମଧ୍ୟ ଥିଲେ । ପଦ୍ମପୁର ବ୍ଲକ ଉନ୍ନୟନ  ପରିଷଦର ସଭାପତି ଏବଂ ପଦ୍ମପୁର ବ୍ଲକ ବ୍ରାହ୍ମଣ ସମାଜର ଉପ ସଭାପତି ଥିଲେ।ସେ ମୃତ୍ୟୁ ପର୍ଯ୍ୟନ୍ତ ସମାଜ ସେବାରେ ନିୟୋଜିତ ଥିଲେ ।ସେ ପଦ୍ମପୁର ଅଞ୍ଚଳ ତଥା ରାୟଗଡା ଜିଲ୍ଲାରେ ଜଣେ ଲୋକପ୍ରିୟ ବ୍ୟକ୍ତି ଭାବେ ପରିଚିତ ଥିଲେ ।ସେ ବିଜେପିର ସର୍କିୟ ନେତା ରୂପେ ମଧ୍ୟ ପରିଚିତ ଥିଲେ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ସମୟରେ ତାଙ୍କର ଦୁଇ ପୁଅ,ଝିଅ ,ବୋହୂ, ନାତି ନାତୁଣୀ ,ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ଶୋକ ପ୍ରକାଶ କରିଥିଲେ । କିଛି ଦିନ ତଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଅଭିଭକ୍ତ କୋରାପୁଟ ଜିଲ୍ଲା କଂଗ୍ରେସ ଦଳର ସାଂସଦ ଗିରିଧର ଗମାଙ୍ଗ ,ଜିଲ୍ଲା ବିଜେଡି ସଭାପତି ସୁଧିର କୁମାର ଦାସ ,ତାଙ୍କ ବାସଭବନରେ ଯାଇ ସ୍ୱାସ୍ଥ୍ୟସେବା ପଚାରି ବୁଝିଥିଲେ ।ତାଙ୍କର ଶେଷକୃତ୍ୟ ଅବସ୍ଥାରେ ବ୍ଲକ ଉନ୍ନୟନ ପରିଷଦର ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡା ,ବ୍ଲକ ଉନ୍ନୟନ ପରିଷଦର ଉପ ସଭାପତି ପୂର୍ଣ ଚନ୍ଦ୍ର ଦାଶ ,ପୂର୍ବତନ ସରପଞ୍ଚ ସୁଦାମ ମିଶ୍ର , ବିଜେପି ନେତା ବିଦ୍ୟା ଧର ଶବର , ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଣିଗ୍ରାହୀ , ଗଙ୍ଗାଧର ପଣ୍ଡା , ପଦ୍ମପୁର ବିକାଶ ପରିଷଦର ସଭାପତି ତଥା ଆଇନଜୀବୀ ସରୋଜ କୁମାର ପାଣିଗ୍ରାହୀ , ବିଜେଡି ନେତା ଦୁର୍ଗା ପ୍ରସାଦ ସାହୁ , ଗୋଦାବରୀ ରାଉତ, ଦେବେନ୍ଦ୍ର ପାଢ଼ୀ , ଟୁଟୁ ପାଣିଗ୍ରାହୀ , ସରପଞ୍ଚ ପ୍ରକାଶ କୋଣ୍ଡାକରି, ବିଜୁ ଛାତ୍ର ଜନତା ଦଳର ଜିଲ୍ଲା  ସଭାପତି  ପିଙ୍କୁ ପଣ୍ଡା , ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ତଥା ଅଞ୍ଚଳ ବାସୀ  ଉପସ୍ଥିତ ରହି ଶୋକ ପ୍ରକାଶ କରିଥିଲେ ।ତାଙ୍କର ବଡପୁଅ ଗୋପାଳ କୃଷ୍ଣ ଚୌଧୁରୀ ନିଜ ବାପା ରଘୁନାଥ ଚୌଧୁରୀଙ୍କୁ ମୁଖାଗ୍ନି ଦେଇ ଅନ୍ତେଷ୍ଟି କ୍ରିୟା ସପନ କରିଥିଲେ ।