ବିପଦ ସଙ୍କୁଳ ଅବସ୍ଥାରେ କଲେଜ ଛାତ୍ରୀଙ୍କ ରିଲ୍ସ ବନାଇବା ଭିଡିଓ ଭାଇରାଲ

କଲେଜ ଛାତ୍ରୀମାନେ ମହାବିଦ୍ୟାଳୟର ଛାତରେ ବିପଦ ସଙ୍କୁଳ ଅବସ୍ଥାରେ ରିଲ୍ସ କରିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ସବୁଠି ରିଲ୍ସ ମାନିଆ

ବ୍ରହ୍ମପୁର – ସ୍ଥାନୀୟ ଶଶି ଭୂଷଣ ରଥ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତରେ ବିପଦ ସଙ୍କୁଳ ଅବସ୍ଥାରେ କଲେଜ ଛାତ୍ରୀମାନେ ରିଲ୍ସ କରିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓ ରେ ୩ ଜଣ ଯୁବତୀ କଲେଜ ର ମୁକୁଳା ଛାତ ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଭିଡିଓ କରୁଛନ୍ତି। ମାତ୍ର କିଛିଟା ଲାଇକ ଏବଂ ଫଲୋ ପାଇଁ ନିଜ ଜୀବନକୁ ଛାତ୍ରୀମାନେ ବାଜି ଲଗାଇ ଥିବା ଉକ୍ତ ଭିଡିଓ ରେ ସମ୍ପୂର୍ଣ ଚିତ୍ରିତ ହେଉଛି। ତେବେ ଦୀର୍ଘ ସମୟ ଧରି କଲେଜ ଛାତ ଉପରେ ଛାତ୍ରୀମାନେ ଭିଡିଓ କରୁଥିବା ବେଳେ କଲେଜ କର୍ତ୍ତୃପକ୍ଷ ଙ୍କ ନଜର ରେ ଏହା କିପରି ଆସି ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି। ସେହିପରି ଭିଡ଼ିଓରେ ନୂତନ କୋଠା ତିଆରି ସମୟର ଏବଂ ସେହି ସମୟରେ ଉକ୍ତ କୋଠା କଲେଜ କର୍ତ୍ତୃପକ୍ଷ ଙ୍କୁ ହସ୍ତାନ୍ତର ହୋଇନଥିଲା। ଏହି ଭାଇରାଲ ଭିଡିଓ ଟି ଦୁଇ ବର୍ଷ ପୂର୍ବର ଏବଂ କୋଠା ହସ୍ତାନ୍ତର ପରେ ଉପରକୁ ଯିବା ରାସ୍ତା ରେ ଚାବି ପକାଯାଇଛି। ଭିଡିଓ ରେ ଥିବା ସମସ୍ତ ଛାତ୍ରୀ ଯୁକ୍ତ ୨ ରେ ପାଠ ପଢ଼ୁଛନ୍ତି ଏବଂ ଏହି ନୂତନ କୋଠକୁ କେବଳ ଗ୍ରଜୁଏଟ ବିଦ୍ୟାର୍ଥୀ ଆସୁଥିବା କଲେଜ ପ୍ରିନ୍ସିପଲ୍ ଡ କାହୁଁ ଚରଣ ପାଢ଼ୀ କହିଛନ୍ତି।