ସଙ୍ଗୀତାଙ୍କ କଥକ ନୃତ୍ୟରେ ପଣ୍ଡିଚେରୀବାସୀ ମନ୍ତ୍ରମୁଗ୍ଧ

ପଣ୍ଡିଚେରୀ ଠାରେ ଆୟୋଜିତ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଙ୍ଗୀତା ସାହୁ କଥକ ନୃତ୍ୟରେ ମନ୍ତ୍ରମୁଗ୍ଧ କରିଛନ୍ତି

ଦକ୍ଷିଣ ଏସିଆ ମୈତ୍ରୀ ଉତ୍ସବର ବିଶେଷ ଅଧିବେଶନ

କଟକ: ଦକ୍ଷିଣ ଏସିଆ ମୈତ୍ରୀ ଉତ୍ସବର ବିଶେଷ ଅଧିବେଶନ ପାଇଁ ପଣ୍ଡିଚେରୀ ଠାରେ ଆୟୋଜିତ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମରେ କଟକ ସ୍ଥିତ ନୃତ୍ୟଶାଳା ସଂସ୍କୃତି କେନ୍ଦ୍ର ଓ ସଙ୍ଗିତା କଥକ ଡ୍ୟାନ୍‌ସ ଏକାଡେମୀର ପ୍ରତିଷ୍ଠାତା ସଙ୍ଗୀତା ସାହୁ କଥକ ନୃତ୍ୟରେ ‘‘ତରାନା ଓ ମେ ରହୁ ୟା ନା ରହୁ ଭାରତ ଆଗେ ବଢେ’’ ନୃତ୍ୟ ପରିବେଷଣ କରି ସହସ୍ରାଧିକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି । ଏଠାରେ ବିଶେଷ ଭାବରେ କୁହାଯାଉଛି ଯେ, ଓଡିଶାରେ ଏକମାତ୍ର କଥକ ନୃତ୍ୟ ଶିକ୍ଷାକେନ୍ଦ୍ର କଟକଠାରେ ପ୍ରତିଷ୍ଠା କରି କଥକ ନୃତ୍ୟର ପ୍ରଚାର ପ୍ରସାର କରି ଆସୁଛନ୍ତି ସଙ୍ଗୀତା । ଏଥିପାଇଁ ପଣ୍ଡିଚେରୀର ମୁଖ୍ୟମନ୍ତ୍ରୀ ଏନ. ରଙ୍ଗାସ୍ୱାମୀ ସଙ୍ଗୀତାଙ୍କୁ ସମ୍ମାନିତ କରିଥିବା ବେଳେ ସଙ୍ଗୀତା ଏହି ସମ୍ମାନ ଓଡିଶାର ବୋଲି ତାଙ୍କ ପ୍ରତିଉତରରେ କହିଛନ୍ତି । ସଙ୍ଗୀତଜ୍ଞ ଏହି ନୃତ୍ୟଯାତ୍ରା ପାଇଁ ଦକ୍ଷିଣ ଏସିଆ ମୈତ୍ରୀ ସଂଗଠନର ସଭାପତି ସତ୍ୟ ପାଲ୍ ଏବଂ ସମ୍ପାଦକ ଦୀପକ୍ କୁମାର ମାଲବ୍ୟ ପ୍ରଶଂସା କରିଛନ୍ତି ।