ଗ୍ରୀନ କ୍ଲାଇମେଟ ଫଣ୍ଡକୁ ବ୍ରିଟେନର ୨ ବିଲିୟନ ଡଲାର ସହାୟତା ଘୋଷଣା

ଜଳବାୟୁ ପରିବର୍ତନ ମୁକାବିଲା ପାଇଁ ବ୍ରିଟେନ ସବୁଜ ଜଳବାୟୁ ପାଂଠି ୨ ବିଲିୟନ ଡଲାର ପ୍ରଦାନ କରିବ

ଜଳବାୟୁ ପରିବର୍ତନର ମୁକାବିଲା ପାଇଁ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦/୯: ଜଳବାୟୁ ପରିବର୍ତନ ମୁକାବିଲା ପାଇଁ ବ୍ରିଟେନ ସବୁଜ ଜଳବାୟୁ ପାଂଠି (ଗ୍ରୀନ କ୍ଲାଇମେଟ ଫଣ୍ଡ)କୁ ରେକର୍ଡ ୨ ବିଲିୟନ ଡଲାର ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଋଷି ସୁନକ ଘୋଷଣା କରିଛନ୍ତି । ଜଳବାୟୁ ପରିବର୍ତନ ମୁକାବିଲାରେ ବିଶ୍ୱକୁ ସାହାଯ୍ୟ କରିବା ପାଇଁ ବ୍ରିଟେନ ପକ୍ଷରୁ ଦିଆଯାଇଥିବା ଏହା ହେଉଛି ସବୁଠାରୁ ବଡ ଏକକ ପାଂଠି ପ୍ରତିଶ୍ରୁତି । ଆନ୍ତର୍ଜାତିକ ଜଳବାୟୁ ଆର୍ଥକ କ୍ଷେତ୍ରରେ ୧୧.୬ ବିଲିୟନ ପାଉଣ୍ଡ ଖର୍ଚ୍ଚ କରିବାକୁ ବ୍ରିଟେନ ଦେଇଥିବା ପ୍ରତିଶ୍ରୁତିରେ ଉନ୍ନତିର ଗୁରୁତ୍ୱପୂଣ୍‌ର୍ନ ଅବଦାନ ରହିଛି । ବ୍ରିଟେନ ଅନ୍ୟ କୌଣସି ଜି-୭ ଦେଶ ତୁଳନାରେ ଦ୍ରୁତ ଗତିରେ ନିର୍ଗମନ ହ୍ରାସ କରି ବିଶ୍ୱ ଜଳବାୟୁ ନେତୃତ୍ୱ ପ୍ରଦର୍ଶନ ଜାରି ରଖିଛି ବୋଲି ବ୍ରିଟିଶ ହାଇକମିଶନ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି । ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି, ବ୍ରିଟେନ ଆମର ଜଳବାୟୁ ପ୍ରତିଶ୍ରୁତିକୁ ବଢାଉଛି ଏବଂ ଉଭୟ ଆମର ଅର୍ଥନୀତିକୁ ଡିକାର୍ବୋନାଇଜ୍ କରି ଏବଂ ଜଳବାୟୁ ପରିବର୍ତନର ପ୍ରଭାବର ମୁକାବିଲା ପାଇଁ ବିଶ୍ୱର ସବୁଠାରୁ ଅସୁରକ୍ଷିତ ଲୋକଙ୍କୁ ସମର୍ଥନ କରୁଛି ।